ରାଜନୀତି

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ୧୫ ଦଫା ଦାବି


ଭୁବନେଶ୍ୱର: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଓଡିଶା ରାଜ୍ୟ କମିଟିର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ୧୫ ଦଫା କାର୍ଯ୍ୟକ୍ରମ ଦାବି କରାଯାଇଛି ।
ନିର୍ବାଚନରେ ଦଳ ଓଡ଼ିଶା ରେ ସରକାର ଗଢିଲେ ଏ ସମସ୍ତ ୧୫ ଦଫା କାର୍ଯ୍ୟକ୍ରମ ୨୦୨୪ ଜୁନ୍ ମାସ ରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
୧. ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ, ମର୍ଯ୍ୟାଦା ଓ ଜୀବିକାର ଶତପ୍ରତିଶତ ସୁରକ୍ଷା ଓ ନିରାପତ୍ତା ପାଇଁ ନୀତି, ନିୟମ ଏବଂ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ।
୨. ଅତ୍ୟଧିକ ସରକାରୀ କାର୍ଯ୍ୟ ର ଚାପମୁକ୍ତ ରଖାଯାଉ । ସଂପତ୍ତି ବିବରଣୀ ଦେବା ଆଇନ୍ ଓ ନିର୍ଦ୍ଦେଶାବଳୀ ସରକାର ପ୍ରତ୍ୟାହାର କରନ୍ତୁ।
୩. ନୂତନ ପେନସନ୍ ଏବଂ ପୁରୁଣା ପେନସନ୍ ବ୍ୟବସ୍ଥାରୁ ଯେ କୌଣସି ଗୋଟିଏ ବାଛିବାକୁ ଅଧିକାର ଦିଆଯାଉ।*
୪. ଋଣଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସରଳ ସୁଧରେ ଏବଂ ଦୀର୍ଘ ମିଆଦି ସୂତ୍ରରେ ଋଣ ପ୍ରଦାନ କରାଯାଉ।
୫. ସମାନ କାମକୁ ସମାନ ଦରମା ଓ ସମାନ ଚାକିରୀ ପ୍ରାପ୍ୟ ପାଇବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ଏବଂ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଚାକିରୀରେ ଯୋଗଦେବା ଦିନଠାରୁ ହିସାବ କରି ସେମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ।
୬. ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ମାଗଣା ବସ୍ ଓ ଟ୍ରେନ୍ ପାସ୍ ଦିଆଯାଉ।
୭. ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ଅତିକମ୍ ରେ ୪ ଟି ପଦୋନ୍ନତି ଦିଆଯାଉ।
୮ . ସମସ୍ତ ବର୍ତ୍ତମାନର ଏବଂ ପୂର୍ବତନ ରାଜନେତା ଙ୍କ ଆୟ ବର୍ହିଭୁତ ସଂପତ୍ତି ଜବତ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଭିଜଲାନ୍ସ ରେଡ୍ ସ୍ଥଗିତ ରହୁ।
୯. ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀଙ୍କୁ ତିନିଥର ଲିଖିତ ସତର୍କ (WARNING) ନିର୍ଦ୍ଦେଶ ଦେଲା ପରେ ଭିଜଲାନ୍ସ ରେଡ୍ କରାଯାଉ
୧୦. ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଭିଜିଲାନ୍ସ ମାମଲା ପ୍ରତ୍ୟାହାର କରାଯାଉ।
୧୧. କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ମୃତ୍ୟ ହେଲେ ତାଙ୍କର ପୁଅ କିମ୍ବା ଝିଅଙ୍କୁ ଏକ ମାସ ମଧ୍ୟରେ ଥଇଥାନ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ।
୧୨. ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦.୦୦(ଏକ ହଜାର ଟଙ୍କା) ଚିକିତ୍ସା ଓ ଔଷଧ ଖର୍ଚ୍ଚ ପ୍ରଦାନ କରାଯାଉ। ଅଧିକ ଖର୍ଚ୍ଚର ଆବଶ୍ୟକତା ଥିଲେ ,ଆବଶ୍ୟକୀୟ ପରିମାଣ ଦେବା ପାଇଁ ଅବସର ନେଇଥିବା କାର୍ଯ୍ୟାଳୟ ଅଧିକାରୀଙ୍କୁ କ୍ଷମତା ଦିଆଯାଉ ।
୧୩. ସରକାରୀ କର୍ମଚାରୀ ମାନଙ୍କ ପିଲା ମାନଙ୍କର ପାଠ ପଢିବା ପାଇଁ ବାଧ୍ୟତାମୂଳକ ଶିକ୍ଷା ବୀମା ସ୍କିମ୍ କାର୍ଯକାରୀ କରାଯାଉ ।
୧୪.ମହିଳା କର୍ମଚାରୀ ମାନଙ୍କ ପାଇଁ ଧନ ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା, ନିରାପତ୍ତା ପାଇଁ ସ୍ବତନ୍ତ୍ର ସ୍କିମ ପ୍ରଚଳନ କରାଯାଉ।*
୧୫. ସରକାରୀ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ରେ ମର୍ଯ୍ୟାଦାଜନକ ଶବ ସତ୍କାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନ ପ୍ରଦାନ କରାଯାଉ।

       

Leave a Reply

Your email address will not be published. Required fields are marked *