ମୁଖ୍ୟ ଖବର

ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା

ଭୁବନେଶ୍ବର: ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା। ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ ବିଧାନସଭାରେ ଆଜି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି।ବିରୋଧୀଙ୍କ ଅଭିଯୋଗ, ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ପେସା ଆଇନ ଲାଗୁ ପାଇଁ ବି ବିରୋଧୀ ଦାବି କରିଛନ୍ତି। ବିଜେପି ସଦସ୍ୟ ଆଦିବାସୀ କପଡ଼ାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ ଗୃହକୁ ପ୍ରବେଶ କରିଥିଲେ। ଏହାପରେ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏହାପରେ ସର୍ବଦଳୀୟ ବୈଠକ ହୋଇଥିଲା। ହେଲେ ବୈଠକ ପରେ ପୁଣି ବିରୋଧୀ ହୋହଲ୍ଲା କରିବାରୁ ପ୍ରଥମେ ୪୫ ମିନିଟ୍ ଲାଗି ଓ ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

Leave a Reply

Your email address will not be published. Required fields are marked *