ଅପରାଧ

କୁଖ୍ୟାତ ନିଶା ମାଫିଆ ଗିରଫ

ଜଳେଶ୍ଵର: ଜଳେଶ୍ଵରରୁ ଖୋର୍ଦ୍ଧା ଯାଏଁ ନିଶା ସାମ୍ରାଜ୍ୟର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ଜଳେଶ୍ଵର ଶାସନବାଡ ଗ୍ରାମ ସେକ ଆଶିରୁଦ୍ଦିନ ଓରଫ ପୁସୁ (୩୦)କୁ ଜଳେଶ୍ଵର ପୁଲିସ ୩୩୮ ଗ୍ରାମ ବ୍ରାଉନସୁଗର ସହ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସମ୍ପର୍କରେ ଆଜି ଜଳେଶ୍ଵର ଥାନା ପରିସରରେ ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଆଇଆଇସି ରଞ୍ଜନ କୁମାର ସେଠୀ ବିସ୍ତୃତ ସୂଚନା ଦେଇଛନ୍ତି।ପୁସୁ ନାଁରେ ଏହା ପୂର୍ବରୁ ମଧ୍ୟ ଜଳେଶ୍ଵର ଓ କମର୍ଦ୍ଦା ଥାନାରେ ଗତ ସାଢେ ୩ ବର୍ଷରେ ୬ଟି ବ୍ରାଉନସୁଗାର ମାମଲା ରହିଛି। ପୁସୁ ଅନ୍ୟ ଜଣେ ନିଶା ବେପାରୀକୁ ବ୍ରାଉନସୁଗାର ବିକ୍ରି କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଜଳେଶ୍ଵର ପୁଲିସକୁ ଖବର ମିଳିଥିଲା। ସେହି ସୂଚନା ଆଧାରରେ ଗତକାଲି ସନ୍ଧ୍ୟା ସାତଟା ସମୟରେ ଜଳେଶ୍ଵର ଆଇଆଇସିଙ୍କ ନେତୃତ୍ବରେ ଏକ ୧୨ ଜଣିଆ ଟିମ୍ ଶାସନବାଡ ଗ୍ରାମରେ ଥିବା ପୁସୁର ଘର ଠାରୁ ସାମାନ୍ୟ ଦୂରତାରେ ଚଢ଼ଉ କରି ବ୍ରାଉନସୁଗର ସହ ତାକୁ ଗିରଫ କରିଥିଲା। ଗିରଫ ସମୟରେ ନଗଦ ୧୧,୭୦୦ ଟଙ୍କା, ୩ଟି ମୋବାଇଲ, ୫ଟି ବ୍ୟାଙ୍କ ଜମାଖାତା,୪ଟି ଏଟିଏମ୍ ତଥା ଅନ୍ୟ ଜରୁରୀ କାଗଜପତ୍ର ଜବତ ହୋଇଛି।

Leave a Reply

Your email address will not be published. Required fields are marked *