ମୁଖ୍ୟ ଖବର

ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଜ୍ବରରେ ପୀଡ଼ିତ ହେବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିବା କଥା ଆଜି ଏକ ବିବୃତି ଜାରି କରି ‘ହସ୍ପିଟାଲ୍‌’ କହିଛି।

ଏବେ ୭୬ ବର୍ଷୀୟ ସୋନିଆ ଗାନ୍ଧୀ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ଅଛନ୍ତି ଓ ତାଙ୍କର ପରୀକ୍ଷାନିରୀକ୍ଷା ଚାଲିଛି। ସମ୍ପ୍ରତି ତାଙ୍କର ସ୍ବାସ୍ଥ୍ୟା ସ୍ଥିର ଅଛି ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ ‘ଚେଷ୍ଟ୍‌ ମେଡିସିନ୍‌’ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଅଛନ୍ତି।

‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ର ଅଧ୍ୟକ୍ଷ ଡାକ୍ତର ଡି. ଏସ୍‌. ରାଣା କହିଛନ୍ତି, ଜ୍ବରରେ ପୀଡ଼ିତ ହେବାରୁ ୨୦୨୩ ମାର୍ଚ ୨ ତାରିଖ ଦିନ ‘ଉପା’ର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ‘ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇ ଚେଷ୍ଟ୍‌ ମେଡିସିନ୍‌ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ୍‌ ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ବାବଧାନରେ ଛଡ଼ାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବା ସହିତ ପରୀକ୍ଷାନିରୀକ୍ଷା ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

Leave a Reply

Your email address will not be published. Required fields are marked *