ରାଜନୀତି

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପାତାଳଗାମୀ କରିବା ପାଇଁ ଉଦ୍ୟମ : ଆଇସିପି


ଭୁବନେଶ୍ଵର :- ମିଶନଶକ୍ତି ବିଭାଗର ରାଜକୋଷକୁ ରାଜନୈତିକ ଉଦ୍ଦେଶ୍ୟରେ ଅର୍ଥାତ୍ ବିଜୁ ଜନତା ଦଳକୁ କ୍ଷମତାସୀନ କରିବା ପାଇଁ ଖର୍ଚ୍ଚ କରିବା ପରେ ତାମିଲ୍ ଦମ୍ପତି ଭି. କେ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିିକେୟନଙ୍କ କୋପଦୃଷ୍ଟି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପରେ ପଡ଼ିଛି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। ଦୀର୍ଘ ବର୍ଷ ବର୍ଷ ହେବ ମିଶନଶକ୍ତି ବିଭାଗ ଦାୟିତ୍ୱରେ ରହିବା ପରେ ଓଡ଼ିଶାର ମା ଭଉଣୀ ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ସାମାନ୍ୟତମ ଉଦ୍ୟମ ନ କରିବା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶାର ମା,ଭଉଣୀ ମାନଙ୍କୁ ଆଚାର ପ୍ରସ୍ତୁତ କରିବା, ବିଜୁଳି ବିଲ୍ ଆଦାୟ କରିବା ଋଣ ଜାଲରେ ଛନ୍ଦିବା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ କରିବା ଦୁର୍ଭାଗ୍ୟ ଜନକ। ମହିଳା ଓ ଶିଶୁ ବିଭାଗକୁ ନଷ୍ଟଭ୍ରଷ୍ଟ କରିବା ପରେ ସୁଜାତା କାର୍ତ୍ତିକେୟନ ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତିକୁ ବିଲୋପ କରିଦେବେ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି ସୁଜାତା କାର୍ତ୍ତିକେୟଙ୍କ କାର୍ଯ୍ୟକଳାପ ମିଶନଶକ୍ତି ବିଭାଗ ପାଇଁ ଅର୍ଥର ବଜେଟ୍ ବ୍ୟବସ୍ଥା ର ଖର୍ଚ୍ଚ ସମ୍ୱନ୍ଧରେ ଏକ ବିଚାର ବିଭାଗୀୟ କମିଶନ ତଦନ୍ତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି ।

Leave a Reply

Your email address will not be published. Required fields are marked *