ଦେଶ- ବିଦେଶ

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା

ନୂଆଦିଲ୍ଲୀ: ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି।

ମୁମ୍ବାଇର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ଜବତ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ। ମାଲ୍ୟା ଏହାକୁ ନେଇ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏଠା‌ରୁ ବି ତାଙ୍କୁ କୌଣସି ଆଶ୍ବସ୍ତି ମିଳିଲା ନାହିଁ। କାରଣ ତାଙ୍କ ସମ୍ପତ୍ତି ଜବତ ହେବାକୁ ନେଇ ସୁନିଶ୍ଚିତ କରି ଦିଆଯାଇଛି। ମାଲ୍ୟାଙ୍କୁ ଏକାସହିତ ଦୁଇଟି ଝଟକା ଲାଗିଛି। ଗୋଟିଏ ପଟେ ଆର୍ଥିକ ଅପରାଧୀ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କ ସମ୍ପତ୍ତି ଜବତ ହେବାକୁ ଯାଉଛି ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ମାଲ୍ୟାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ କି, ‘ଏଯାବତ ମାଲ୍ୟାଙ୍କଠାରୁ କୌଣସି ସୂଚନା ମିଳିନାହିଁ। ସେ ନ‌ିଜେ ଅନ୍ଧାରରେ ରହିଛନ୍ତି। ଏମିତି ପରିସ୍ଥିତିରେ ମାଲ୍ୟାଙ୍କୁ ଝଟକା ମିଳିବା ସ୍ବାଭାବିକ କଥା। କାରଣ ତାଙ୍କୁ ନେଇ କେିତି ଲଢ଼ିବି? କାରଣ ସେ ତ ନିଜେ କୌଣସି କଥାକୁ ସ୍ପଷ୍ଟ ଭାବେ କହୁ ନାହାନ୍ତି କି ଧରା ଛୁଆଁ ଦେଉ ନାହାନ୍ତି। ଏଥିପାଇଁ ମୋତେ ବି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।’

ସୂଚନାଯୋଗ୍ୟ ଯେ, ଏବେ ଋଗଣ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ଲାଗି ୧୩ରୁ ଅଧିକ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କିନ୍ତୁ କମ୍ପାନି କ୍ଷତି ସହିବାରୁ ଋଣ ପରିଶୋଧ ନ କରି ସେ ଇଂଲଣ୍ଡ ପଳାୟନ କରିଥିଲେ ।

One thought on “ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା

Leave a Reply

Your email address will not be published. Required fields are marked *