ମୁଖ୍ୟ ଖବର

ଖୋଲୁଛି ପାଣିକୋଇଲି ର ଲୁଟେରା ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କ ଗୁମର ପେଡି

କୋରେଇ : ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି, ସରକାରୀ ଅର୍ଥ ଲୁଟେରା ପାଣିକୋଇଲି ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଦଳେଇଙ୍କୁ ତୁରନ୍ତ ବହିଷ୍କାର କରି ଭିଜିଲାନ୍ସ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଯୋର ଧରିଛି l କୋଟି କୋଟି ଟଙ୍କା ର ମିଥ୍ୟା ଟେଣ୍ଡର କରି ସରକାରଙ୍କ ଅର୍ଥ କୁ ଯନ୍ତ୍ରୀ ଦଳେଇ ଯାଜପୁର ରେ କଳାପାହାଡ଼ ହୋଇ କଳାକନା ବୁଲାଇବା ଆରମ୍ଭ କରି ସାରିଲେଣି l ୫ ଲକ୍ଷ ଟଙ୍କାରୁ କମ ଟଙ୍କାରେ କାମ କିଛି ଠିକାଦାରଙ୍କୁ ବାଣ୍ଟି ମୋଟା ଅଙ୍କର ପିସି ନେଉଥିବା ଯନ୍ତ୍ରୀ ଙ୍କ ପ୍ରତି ସଚିବ କଣ ପାଇଁ କୋହଳ ମନୋଭାବ ଦେଖାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ପୂର୍ବତନ ଯୁଗ୍ମ ସଚିବ ହେମନ୍ତ ଦତ୍ତ କହିଛନ୍ତି ଯେ ପୂର୍ଣ୍ଣ ଦଳେଇ ଏସଡିଓ ସମୟରୁ ଦୁର୍ନୀତି, ଅନୀତି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, ଏପରିକି ଭୁବନେଶ୍ୱର ରେ ବିଶ୍ୱ ହକି ଖେଳ ସମୟରେ ନିମ୍ନମାନର କାମ ସହିତ ମିଥ୍ୟା ବିଲ କରି ୨ କୋଟି ଟଙ୍କା ସରକାରୀ ତହବିଲରୁ ଲୁଟ କରିଥିଲ ଓ ଏହି କାର୍ଯ୍ୟ ଯୋଗୁ ସେତେବେଳେ ସଚିବ କ୍ରିଷ୍ଣା କୁମାର ଗାଳି ଦେଇ ଥିଲେ l ଅପାରଗ, ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀକୁ ପାଣିକୋଇଲି ନ ପଠାଇ କୋରାପୁଟ କିମ୍ବା ମାଲକାନଗିରି ପଠାଇବା ଉଚିତ ଥିଲା ବୋଲି ଶ୍ରୀ ଦତ୍ତ ମତ ବ୍ୟକ୍ତ କରିଛନ୍ତି l ବିଜେଡି ପାଣ୍ଠି କୁ ମୋଟା ଅଙ୍କର ଅର୍ଥ ଦେବାପାଇଁ ମୁଁ ଏଠାକୁ ଆସିଛି ଓ କାମ ନ କରି ସବୁ ମିଥ୍ୟା ବିଲ କରି ଟଙ୍କା ଦେବାକୁ ଯାଜପୁର ବିଧାୟକ ମୋତେ କହିଛନ୍ତି ଓ କେଉଁ ସଚିବ କି 5T ମୋର କିଛି ବଙ୍କା କରିପାରିବେ ନାହିଁ ବୋଲି ଯନ୍ତ୍ରୀ ଦଳେଇ କହି ବୁଲୁଛନ୍ତି l ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କ ଅସଲ ମୁଖା ସର୍ବ ସାଧାରଣରେ ଖୋଲି ଯିବାପରେ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି l କଳିଙ୍ଗ ଦୁର୍ନୀତି ନିବାରଣ ମଞ୍ଚ ର ସଭାପତି ରବୀନ୍ଦ୍ର ମହାପାତ୍ର ପାଣିକୋଇଲି ଡିଭିଜନ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ 5T ଓ ନବୀନ ଓଡିଶାର ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ନିକଟରେ ଦାବି କରିଛନ୍ତି l ଯନ୍ତ୍ରୀ ଜଗତର କଳଙ୍କ ଦୁର୍ନତିଗ୍ରସ୍ତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କୁ କାହିଁକି ରାଜଧାନୀ ରୁ ପାଣିକୋଇଲି କୁ ବଦଳି କରାଗଲା? ଭୁବନେଶ୍ୱର ରଙ୍ଗୀନ ମୋହ ଯନ୍ତ୍ରୀ ଦଳେଇଙ୍କୁ ମତୁଆଲା କରୁଥିବାରୁ ପ୍ରତିଦିନ ପାଣିକୋଇଲି ରୁ ଭୁବନେଶ୍ୱର ଯିବା ଆସିବା କରି ଜୀବନ କୁ ରଙ୍ଗୀନ କରୁଛନ୍ତି l ଠିକାଦାର ମାନଙ୍କୁ ଭୁବନେଶ୍ୱର ଡକାଇ ନିମ୍ନମାନର କାମ କରି ମୋଟା ଅଙ୍କର ଅର୍ଥ ଦେବାକୁ ଚାପ ସୃଷ୍ଟି କରୁଛନ୍ତି l ପିସି ଖିଆ ଯନ୍ତ୍ରୀ ଙ୍କ ଉପରେ ଭିଜିଲାନ୍ସ ତଦନ୍ତ ହେଲେ କୋଟି କୋଟି କଳା ଧନର ପାହାଡ଼ ଧାରା ପଡିବ ବୋଲି ଶ୍ରୀ ମହାପାତ୍ର ତଦନ୍ତ ପାଇଁ ଦାବି କରିଛନ୍ତି l ସରକାରୀ ଟଙ୍କା ଲୁଟି ଶୂନ୍ୟ ରୁ କୁବେରପତି ପାଲଟିଥିବା ପିସି ଖିଆ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଭିଜିଲାନ୍ସ ଭୟରେ ବିଭିନ୍ନ ଲୋକଙ୍କ ନାମରେ କଳା ଧନ ଠୁଳ କରି ରଖିବା ସହିତ ଓ ଅନେକ ମୂଲ୍ୟବାନ ପ୍ଲଟ, ଚାଷ ଜମି ବିଶ୍ବସ୍ତ ଲୋକଙ୍କ ନାମରେ କରିଥିବା ଜଣାପଡିଛି l ମୋଟା ଅଙ୍କର ଅର୍ଥ ଦେଇ ପୂର୍ତ୍ତ ବିଭାଗର ସମସ୍ତ ଅଫିସରଙ୍କୁ ପକେଟ ରେ ମୁଁ ରଖିଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଦଳେଇ କହିବୁଲୁଛନ୍ତି l ତେଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାୟଳ ଏହି ଉଦ୍ଧତ ଯନ୍ତ୍ରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଯୋର ଧରିଛି l

Leave a Reply

Your email address will not be published. Required fields are marked *