ବାଣିଜ୍ୟ

ବ୍ୟାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ୩ଟି ବାଣିଜ୍ୟିକ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ୧୦ କୋଟି ୩୪ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ଏହି ୩ଟି ବ୍ୟାଙ୍କ ହେଲେ ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ । କେତେକ ନିୟମକୁ ଅଣଦେଖା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ତିନିଟି ଯାକ ମାମଲାରେ ଆରବିଆଇ କହିଛି ଯେ ଏହି ଜରିମାନା ନିୟାମକ ଅନୁପାଳନରେ ତ୍ରୁଟି ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ସହ କରିଥିବା କୌଣସି କାରବାର କିମ୍ବା ଚୁକ୍ତିର ବୈଧତାକୁ ପ୍ରଭାବିତ କରିବା ନୁହେଁ। ଏଣୁ ଏହା ଦ୍ବାରା ଗ୍ରାହକମାନେ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ ।ରିଜର୍ଭ ବ୍ୟାଙ୍କ ଏକ ବିବୃତିରେ କହିଛି ଯେ ଜମାକାରୀ ଶିକ୍ଷା ଓ ସଚେତନତା ପାଣ୍ଠି ଯୋଜନା ଏବଂ ଆର୍ଥିକ ସେବାର ଆଉଟସୋର୍ସିଂ ସମ୍ବନ୍ଧୀୟ ଆଚରଣ ବିଧି ପାଳନ ନ କରିବା ପାଇଁ ସିଟିବ୍ୟାଙ୍କ ଏନଏ ଉପରେ ସର୍ବାଧିକ ୫ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି।

ଅନ୍ୟ ଏକ ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀୟ ଭଣ୍ଡାର ପ୍ରତିଷ୍ଠା ଏବଂ ଋଣ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟରେ ନିର୍ଦ୍ଦିଷ୍ଟ ନିର୍ଦେଶାବଳୀଉଲ୍ଲଂଘନ କରିଥିବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଉପରେ ୪.୩୪ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି।

ଏହାବ୍ୟତୀତ ଋଣ ନିର୍ଦ୍ଦେଶଉଲ୍ଲଂଘନ ଅଭିଯୋଗରେ ଚେନ୍ନାଇର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଉପରେ ମଧ୍ୟ ୧ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି।

Leave a Reply

Your email address will not be published. Required fields are marked *