ମୁଖ୍ୟ ଖବର

ବିଜେଡ଼ି ର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା

ନିମାପଡ଼ା: ଗୁରୁତର ରୂପ ନେଲା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଗୋଷ୍ଟୀ କନ୍ଦଳ। କାକଟପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ତାଙ୍କ ନିଜ ବ୍ଲକ ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧକ୍ଷା ଙ୍କ ସମର୍ଥକଙ୍କ ତୀବ୍ର ବିରୋଧ । ମନ୍ତ୍ରୀ ବିଡ଼ିଓଙ୍କ କାର୍ଯ୍ୟାଳୟ ଭିତରେ ସମୀକ୍ଷା ବୈଠକ ନେଉଥିବା ବେଳେ ସମୀକ୍ଷା ବୈଠକ ସମ୍ପର୍କରେ ଅଧ୍ୟକ୍ଷା , ସମିତିସଭ୍ୟ ଓ ସରପଂଚଙ୍କୁ ସୂଚନା ଦିଆଯାଇନଥିବା ଅଭିଯୋଗ କରି ବ୍ଲକ ଅଧକ୍ଷାଙ୍କ ଶତାଧିକ ସମର୍ଥକ ମାନେ ବିଡ଼ିଓ କାର୍ଯ୍ୟାଳୟ ସମୁଖରେ ଘେରାଉ କରିବା ସହ ମନ୍ତ୍ରୀଙ୍କ ବିରୁଦ୍ଧରେ ହୋହାଲ୍କା କରିଛନ୍ତି । କାହିଁକି ଅସ୍ତରଙ୍ଗ ରେ ଉନତି ମୂଳକ କାର୍ଯ୍ୟ ହେଉନାହିଁ,ବନ୍ଦର ସହିତ ସ୍ୱାସ୍ଥ୍ୟ ସେବା କାହିଁକି ବିପର୍ଯୟ ବୋଲି ପ୍ରଶ୍ନ କରିଥିଲେ ବ୍ଲକ ଅଦକ୍ଷ ସମର୍ଥକ l ଶେଷରେ ପରିସ୍ଥିତି ଉତ୍ତେଜନାପୂଣ୍ଣ ହେବାରୁ ଘଟଣା ସ୍ଥଳରେ ପୁଲିସ ମୁତୟନ ରହିଛନ୍ତି । ପରିସ୍ଥିତି ଆୟତ୍ତ କରିବା ପାଇଁ ତିନୋଟି ଥାନାରୁ ପୋଲିସ ଆସି ଶେଷରେ ସୁରକ୍ଷା ବଳୟ ଭିତରେ ମନ୍ତ୍ରୀ ଙ୍କୁ ଉଦ୍ଧାର କରିଥିଲେ ।

One thought on “ବିଜେଡ଼ି ର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା

  • Bima Chronicle

    Any party ,high command watching this or not ?

    Reply

Leave a Reply

Your email address will not be published. Required fields are marked *