ଶିକ୍ଷା

କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ଚାରି ଛାତ୍ର ମୃତ

କୋଚି,: ଏକ ଦୁଃଖଦ ଘଟଣାରେ କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଛାତ୍ର ମୃତ୍ୟୁ ବରଣ କରିଛନ୍ତି। କାଲାମାସେରି କ୍ୟାମ୍ପସରେ ଏକ ଟେକ୍ ଫେଷ୍ଟ ସମୟରେ ଘଟିଥିବା ଏହି ଘଟଣା ଘଟିଥିଲା। ଯେଉଁଥିରେ କୋଚି ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି।

କ୍ୟାମ୍ପସରେ ଥିବା ଖୋଲା ସ୍ଥାନରେ ଏକ ଇଭେଣ୍ଟରେ ଏହି ଘଟଣା ପ୍ରାୟ ୭ ଟା ସମୟରେ ଘଟିଥିଲା। ଖବର ମୁତାବକ ହଠାତ୍ ବର୍ଷା ହେବାରୁ ଛାତ୍ରମାନେ ଏକ ମଞ୍ଚକୁ ଦୌଡ଼ି ଯାଉଥିଲେ। କିଛି ଛାତ୍ର ଏହି ସମୟରେ ଗତିରେ ତଳେ ପଡ଼ିଯାଇଥିଲେ, ଫଳସ୍ୱରୂପ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମୃତ ଚାରି ଜଣଙ୍କ ମଧ୍ୟରେ ଦୁଇ ଯୁବକ ଏବଂ ଦୁଇ ଯୁବତୀ ଥିବା ସୂଚନା ମିଳିଛି। ଏହା ସହିତ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତରଙ୍କୁ ଅଷ୍ଟର ମେଡ଼ିକାରେ ଭର୍ତି କରାଯାଇଛି। ସେହିଭଳି ଅନ୍ୟ ୪୬ ଜଣ ଆହତଙ୍କୁ କାଲାମସେରୀ ମେଡିକାଲରେ ଭର୍ତି କରାଯାଇଛି।

Leave a Reply

Your email address will not be published. Required fields are marked *