ମୁଖ୍ୟ ଖବର

୫୦ କିଲୋର ଆଇଇଡି ବୋମା ନିଷ୍କ୍ରିୟ କଲେ ସିଆରପିଏଫ୍‌ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଆୱାପଲ୍ଲୀ ଥାନା ଅଞ୍ଚଳରେ ୨୫ କିଲୋ ଲେଖାଏଁ ଦୁଇଟି ଆଇଇଡି ବୋମାକୁ ଯବାନମାନେ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି।ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଆୱାପଲ୍ଲୀ ଓ ବାସାଗୁଡା ରାସ୍ତାରେ ମାଓଦମନ ପାଇଁ ସିଆରପିଏପ୍ ୧୬୮ ବାଟାଲିଅନ ଓ ବୋମା ନିଷ୍କ୍ରିୟକାରୀ ଦଳ ସର୍ଚ୍ଚ ଅପରସେନରେ ବାହାରିଥିଲେ। ଏହି ଟିମ୍ ମୁରଦଣ୍ଡା ଠାରୁ ବାସାଗୁଡା ଗ୍ରାମ ମଧ୍ୟରେ ଥିବା ରାସ୍ତାରେ ୨ଟି ସ୍ଥାନରେ ମାଓବାଦୀ ବୋମା ଖଞ୍ଜିଥିବା ଜାଣିବାକୁ ପାଇଥିଲେ। ସେଠାରେ ୪ ଫୁଟ ତଳେ ଗାତ କରି ବୋମା ଖଞ୍ଜାଯାଇଥିବା ଜାଣି ସାବଧାନପୂର୍ବକ ତାହାକୁ ଖୋଳି ୨୫ କିଲୋ ଲେଖାଏଁ ଦୁଇଟି ଆଇଇଡି ବୋମାକୁ ବାହାର କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଦୁଇଟି ବୋମାକୁ ନିଷ୍କ୍ରିୟ କରିବା ପରେ ଯବାନମାନେ ସେହି ରାସ୍ତାରେ ଅପରେସନରେ ଯାଇଥିଲେ।

Leave a Reply

Your email address will not be published. Required fields are marked *