ମନୋରଞ୍ଜନ

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ପିଣ୍ଟୁ

ପୁରୀ : ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଶ୍ରୀୟାନ୍ସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା। ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ସ୍ବର୍ଗଦ୍ୱାର ଫାଟି ପଡ଼ୁଥିଲା। ତାଙ୍କ ଶେଷକୃତ୍ୟ ଦେଖିବା ପାଇଁ ସ୍ବର୍ଗଦ୍ୱାରରେ ଜନସାଧାରଣଙ୍କ ଭିଡ଼ ଜମିବା ସହ ଓଲିଉଡ୍‌ର କେତେକ ବରିଷ୍ଠ କଳାକାର ଉପସ୍ଥିତ ରହି ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଏହି ସମୟରେ ଅଭିନେତା ବବି ମିଶ୍ର, ଗୁଡ଼ୁ, ରାନୀ, ପ୍ରିୟଦର୍ଶିନୀ, ମିଟୁ ମିଥୁନ, ବସନ୍ତ ନାୟକ, ସମୀର ଶତପଥୀଙ୍କ ଭଳି ଅନେକ ବରିଷ୍ଠ କଳାକାର ନିର୍ଦ୍ଦେଶ ଉପସ୍ଥିତ ରହିଥିଲେ। ସୂଚନା ମୁତାବକ, ଅପରାହ୍ନ ୧ଟା ୪୦ରେ ପିଣ୍ଟୁଙ୍କ ମୃତଦେହ ସ୍ବର୍ଗଦ୍ୱାରରେ ପହଞ୍ଚିଥିବା ବେଳେ ପାଖାପାଖି ୨ଟା ୫୦ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

One thought on “ପଞ୍ଚଭୂତରେ ଲୀନ ହେଲେ ଅଭିନେତା ପିଣ୍ଟୁ

  • Sushanta Kumar Das

    Om shanti

    Reply

Leave a Reply

Your email address will not be published. Required fields are marked *