ଦେଶ- ବିଦେଶ

ଭୟରେ ପାକିସ୍ତାନର ଆତଙ୍କବାଦୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀମାନେ ଲଗାତାର ଅଜ୍ଞାତ ଲୋକଙ୍କ ଶିକାର ହେଉଛନ୍ତି । ଏହାକୁ ନେଇ  ଆତଙ୍କବାଦୀ ସଂଗଠନ ଗୁଡ଼ିକ ଭୟଭୀତ ହୋଇପଡ଼ିଛନ୍ତି। କେବଳ ଆତଙ୍କବାଦୀ ସଂଗଠନ ନୁହନ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛି।

ପାକିସ୍ତାନରେ ଆତଙ୍କବାଦୀମାନେ ସୁରକ୍ଷିତ ନ ଥିବା ବେଳେ ଗୁଇନ୍ଦା ସଂସ୍ଥା ପାଇଁ କାମ କରିବାର ଫାଇଦା କ’ଣ ହେବ ବୋଲି ଆଇଏସଆଇ ଆଗରେ ପ୍ରଶ୍ନ ଉଠାଯାଉଛି। ଏଣୁ ଆତଙ୍କବାଦୀଙ୍କ ମନୋବଳ ବଢ଼ାଇବା ପାଇଁ ଆଇଏସଆଇ ଏକ ଜରୁରୀ ବୈଠକ ଡକାଇଛି ।

ଆତଙ୍କବାଦୀ ସଂଗଠନମାନେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନର ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା, ଯେଉଁଥିରେ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଅନେକ ପ୍ରମୁଖ କମାଣ୍ଡର ଙ୍କ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟ ସାମିଲ ଥିଲେ। ପାକିସ୍ତାନର ଭୀମ୍ବର କୋଟଲି, ଅବ୍ବାସପୁର, ରାୱଲାକୋଟ, ହାଜିରାବାଦରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆତଙ୍କବାଦୀ ଶିବିରଗୁଡ଼ିକରୁ କ୍ରମାଗତ ଭାବେ ଭାରତକୁ ଆତଙ୍କବାଦୀଙ୍କୁ ପଠାଯାଉ  ଓ ଭାରତର ବିଭିନ୍ନ ସହରରେ ଆତଙ୍କବାଦୀ ଆକ୍ରମଣ କରାଯାଉ ବୋଲି ବୈଠକରେ ସ୍ପଷ୍ଟ ଭାବେ କୁହାଯାଇଛି। ଅଜ୍ଞାତ ଲୋକଙ୍କ ଆକ୍ରମଣରେ ମରିଥିବା ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏହି ବୈଠକରେ ଦାବି ଉଠିଥିଲା । ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ବୈଠକରେ ପାକିସ୍ତାନରେ ଲସ୍କର କମାଣ୍ଡର ଅବୁ କାସିମ ଓରଫ ରିୟାଜ ଅହମ୍ମଦର ହତ୍ୟାକୁ ନେଇ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *