ରାଜ୍ୟ

ଠିକାଦାର ମନମୁଖୀ କାର୍ଯ୍ୟ ଯୋଗୁ ରାସ୍ତା ନିମ୍ନମାନର,ଭିଜିଲାନ୍ସ ତଦନ୍ତ ଦାବି

ଯାଜପୁର : ଗ୍ରାମ୍ୟ ଉନୟନ ବିଭାଗ ଯାଜପୁର ଡିଭିଜନ ରେ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରେ ବିଂଝାରପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ବାଟବଣା ହେବାରେ ଲାଗିଛି l ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ରେ କୁହାଯାଇଛି ଯେ ବିଂଝାରପୁର ବ୍ଲକ ର ତାଉତରା ଠାରୁ ଗୋବିନ୍ଦପୁର ବଣିଆ ପାକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ଅତ୍ୟନ୍ତ ନିମ୍ନମାନର ହେବା ସହିତ ବ୍ୟାପକ ଦୁର୍ନୀତି ହେଊଛି l କାର୍ଯ୍ୟ କରୁଥିବା ଠିକାଦାର ବସନ୍ତ ମିଶ୍ର ଜଣେ ବାହୁବଳୀ ଓ ବିଧାୟକ ପ୍ରମିଳା ମଲ୍ଲିକଙ୍କ ପାଖ ଲୋକ ବୋଲି କହି ମନମାନି ନିର୍ମାଣ ଚଳାଇଛନ୍ତି l ନିମ୍ନମାନର କାର୍ଯ୍ୟ କୁ ଗ୍ରାମବାସୀ ଓ କିଛି ସମାଜସେବୀ ବିରୋଧ କରିବାରୁ ଠିକାଦାର ବସନ୍ତ ମିଶ୍ର ସେମାନଙ୍କୁ ଧମକ ଚମକ ଦେଇ ଭୟଭିତ କରୁଥବା ର ଅଭିଯୋଗ ହେଊଛି l ପ୍ରତି କାର୍ଯ୍ୟ ରେ ବିଧାୟକ ପ୍ରମିଳା ମଲ୍ଲିକଙ୍କୁ ୫ ପ୍ରତିଶତ ପିସି ଦେଉଛନ୍ତି ଓ ରାସ୍ତା ଘାଟ ନିର୍ମାଣ କାର୍ଯ୍ୟ ଖରାପ ହେଲେ ବି କାହାକୁ ଖାତିର ନାହିଁ ବୋଲି ଠିକାଦାର ବସନ୍ତ ମିଶ୍ର କହିବୁଲୁଛନ୍ତି l ସରକାରୀ ଅର୍ଥ କୁ ହଡପ କରିବାର କୌଶଳ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ନାୟକ ଶିଖାଇ ଛନ୍ତି ବୋଲି ଚର୍ଚ୍ଚା ମଧ୍ୟ୍ୟ ହେଉଛି l ନିର୍ମାଣ ଧୀନ ରାସ୍ତାରେ ୩ ଇଞ୍ଚି ବଦଳରେ ଦେଢ଼ ଇଞ୍ଚି ପିଚୁ ପକାଇବା ସହିତ ଅତ୍ୟନ୍ତ ନିକୃଷ୍ଟ ମାନର ୩ /୪ ଇଞ୍ଚ ର ଚିପ୍ସ ରେ ଢ଼ଳେଇ କରୁଥିବାର ଅଭିଯୋଗ ହୋଇଛି l ଠିକାଦାର ସବୁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରିବା ପାଇଁ ବିଧାୟକ, ଓ ନିର୍ବାହୀ ଯନ୍ତ୍ରୀ ଙ୍କୁ ମୋଟା ଅଙ୍କର ପିସି ଦେଉଥିବାରୁ ଅମର କିଛି କହିବାର ନାହିଁ ବୋଲି ନିଶାଶକ୍ତ ଅବସ୍ଥାରେ ଏସଡିଓ ବେହେରା ବାବୁଓ ଜେଇ ସାହୁ ବାବୁ କହୁଥିବାର ଚର୍ଚ୍ଚା ହେଉଛି l ବାହୁବଳି ଠିକାଦାର ବିଜେଡି ବିଧାୟକ ର ନିଜ ଲୋକକହି ଗ୍ରାମବାସୀମାନଙ୍କୁ ପାଟିଖୋଲିଲେ ଭୟଙ୍କର ଅବସ୍ଥା ହେଵବୋଲି ଚେତାବନୀ ଦେଉଛନ୍ତି l ତେଣୁ ବାହୁବଳୀ ଠିକାଦାର କରୁଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ସହିତ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ନିମ୍ନ ସ୍ଵାକ୍ଷରକାରି ମାନେ ଦାବି କରିଛନ୍ତି l ଏଠାରେ ସୁଚାଇ ଦିଆଯାଇପାରେ ଯେ ସୁପର କ୍ଲାସ ଠିକାଦାର ବସନ୍ତ ମିଶ୍ରଙ୍କ ଭାଇ ବିଜୁ ପକ୍କା ଘର ଯୋଜନାରେ ଘର ପାଇଛନ୍ତି ଯାହାକି ବସନ୍ତ ମିଶ୍ରଙ୍କ ସୁପାରିଶରେ ବୋଲି ଅଭିଯୋଗ ହୋଇଛି l ଗ୍ରାମ୍ୟ ଉନୟନ ବିଭାଗ ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ ରାସ୍ତା ବିଭାଗ ର ମୁଖ୍ୟ ଯନ୍ତ୍ରୀ ଅଭିଯୋଗ କୁ ଗଭୀରତା ସହିତ ଗ୍ରହଣ କରି ଠିକାଦାର ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l ଏପରିକି ବସନ୍ତ ମିଶ୍ର କରିଥିବା ନିର୍ମାଣ କାର୍ଯ୍ୟ ସବୁର ଭିଜିଲାନ୍ସ ତଦନ୍ତ କରିବାକୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ନିକଟରେ ବିଂଝାରପୁର ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛିl

Leave a Reply

Your email address will not be published. Required fields are marked *