ଦେଶ- ବିଦେଶ

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ, : ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ ଫେରିଛନ୍ତି। ସେ ପ୍ରାୟ ୬ ମାସ ପୂର୍ବରୁ ଭାରତରୁ ପାକିସ୍ତାନରେ ପହଞ୍ଚିଥିଲେ। ପାକିସ୍ତାନରେ ପହଞ୍ଚିବା ପରେ ସେ ତାଙ୍କ ପାକିସ୍ତାନୀ ବନ୍ଧୁ ନାସରୁଲ୍ଲାଙ୍କୁ ବିବାହ କରିଥିଲେ।
୩୪ ବର୍ଷୀୟ ଅଞ୍ଜୁ ଜୁଲାଇରେ ପାକିସ୍ତାନର ଖାଇବର ପାଖ୍ଟନଖୱା ଯାଇ ତାଙ୍କ ଫେସବୁକ ବନ୍ଧୁ ନାସରୁଲ୍ଲାଙ୍କୁ ଭେଟିଥିଲେ। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ପରେ ନାସରୁଲ୍ଲାଙ୍କୁ ବିବାହ କରିଥିଲେ। ଏହା ସହିତ ଅଞ୍ଜୁ ତାଙ୍କ ନାମ ଫାତିମାରେ ପରିବର୍ତ୍ତନ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ଅଞ୍ଜୁ ଏବଂ ନାସରୁଲ୍ଲା ଅଗଷ୍ଟରେ ବିବାହ ପରେ ପ୍ରଥମ ଥର ପାଇଁ ପେଶାୱାରରେ ରହୁଥିଲେ।
ଗତ ସେପ୍ଟେମ୍ବରରେ ଅଞ୍ଜୁଙ୍କ ସ୍ବାମୀ ନାସରୁଲ୍ଲା କହିଥିଲେ, ତାଙ୍କ ସ୍ତ୍ରୀ ମାନସିକ ସ୍ତରରେ ବିବ୍ରତ ଅଛନ୍ତି ଏବଂ ମୋ ପିଲାମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ତେଣୁ ଅଞ୍ଜୁ ନିଜ ପିଲାମାନଙ୍କୁ ଭେଟିବା ପାଇଁ ତାଙ୍କ ଦେଶକୁ ଯିବା ଭଲ।
ଅଞ୍ଜୁ ରାଜସ୍ଥାନର ବାସିନ୍ଦା ଅରବିନ୍ଦଙ୍କୁ ବିବାହ କରିଥିଲେ। ତାଙ୍କର ୧୫ ବର୍ଷର ଝିଅ ଏବଂ ଛଅ ବର୍ଷର ପୁଅ ଅଛି। ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ ଜୟପୁର ଯାଉଛି କହି ପାକିସ୍ତାନ ପଳାଇଥିଲେ।

Leave a Reply

Your email address will not be published. Required fields are marked *