ଅପରାଧ

ଚମ୍ପଟ ମାରିଥିଵା କନିଷ୍ଠ ଯନ୍ତ୍ରୀକୁ କାବୁ କଲା ଭିଜିଲାନ୍ସ ଟିମ୍

ଭୁବନେଶ୍ବର: ଭିଜିଲାନ୍ସ ଚଢ଼ଉ ବେଳେ ଛାତ ଡେଇଁ ଫେରାର ହୋଇଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ ଅବଶେଷରେ ଧରିଛି ଭିଜିଲାନ୍ସ ଟିମ୍। ସେ ତାଙ୍କ ପଡ଼ୋଶୀଙ୍କ ଘରେ ଲୁଚିଥିଲେ। ହେଲେ ଚଢ଼ଉ ତୀବ୍ରତର ହେଉଥିବା ଜାଣି ସେ ବାହାରକୁ ଆସିଥିଲେ। ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।
ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ଘରୁ ଭିଜିଲାନ୍ସ ଚଢ଼ଉ ସମୟରେ ଚମ୍ପଟ ମାରିଥିଲେ। ରାଜଧାନୀର ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଞ୍ଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡ଼ୋଶୀ ଘର ଛାତକୁ ଡିଆଁ ମାରିଥିଲେ ସେ। ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଥିଲା।
କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ବିଭାଗ। ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢ଼ଉ କରୁଛି। ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *