ମୁଖ୍ୟ ଖବର

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ଝଟ୍‌କା

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚକୁ ଝଟ୍‌କା ଲାଗିଛି। ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତିର ପୁନଃଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। ଉକ୍ତ ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲା ଓ ଦୌରାଜଜଙ୍କ କୋର୍ଟ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ତଳ କୋର୍ଟ ଖାରଜ କରିଥିଲେ। ତଳ କୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲା।
ଫେବୃୟାରୀ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗଡ଼ା ଜିଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରାଯାଇଥିଲା।

Leave a Reply

Your email address will not be published. Required fields are marked *