ରାଜ୍ୟ

ସାଳନ୍ଦୀ ନଦୀବନ୍ଧ ମରାମତି ଦାବି

ଭଦ୍ରକ,: ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ମୋଟ ୯ ପଞ୍ଚାୟତବାସୀ ସାଳନ୍ଦୀ ନଦୀବନ୍ଧ ଉପରେ ଯାତାୟାତ ପାଇଁ ନିର୍ଭର କରୁଛନ୍ତି। ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ସେମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏନେଇ ଜିଲା ଯୁବ କଂଗ୍ରେସ ପକ୍ଷରୁ ଉପସଭାପତି ବଳରାମ ରାଉତଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର, ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ, ଆଶିଷ କୁମାର ନାୟକ, ଅମୀୟ କୁମାର ନାୟକ, ଜ୍ଞାନରଞ୍ଜନ ବଳ, ଶମ୍ଭୁନାଥ ବାରିକ, ଅମିତ କୁମାର ପଣ୍ଡା ପ୍ରମୁଖ ସାଳନ୍ଦୀ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ. ରନତ୍ାକର ଦଳେଇଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘବର୍ଷ ଧରି ଏହି ରାସ୍ତାଗୁଡିକର ମରାମତି ହୋଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରା ନ ଗଲେ ଜିଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଦଳେଇ ଆସନ୍ତା ୭ ଦିନ ମଧ୍ୟରେ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *