ବାଣିଜ୍ୟ

ବାତ୍ୟା ପାଇଁ ପୂର୍ବତଟ ରେଳର ୫୪ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପାଲଟିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପବନ ବହିବ ଓ ପ୍ରବଳ ବର୍ଷା ହେବ। ଡିସେମ୍ବର ୫ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୫୪ଟି ଟ୍ରେନ ବାତିଲ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରରୁ ବାହାରିବାକୁ ଥିବା ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବାଙ୍ଗାଲୋର ଏକ୍ସପ୍ରେସ, ବିଶାଖାପାଟଣାରୁ ବାହାରିବାକୁ ଥିବା ୩ଟି ଟ୍ରେନ ସହ ଅନ୍ୟ ଟ୍ରେନଗୁଡିକୁ ବାତିଲ କରାଯାଇଛି |

Leave a Reply

Your email address will not be published. Required fields are marked *