ରାଜନୀତି

ଜନାଦେଶକୁ ଗ୍ରହଣ କରୁଛୁ : ରାହୁଲ

ନୂଆଦିଲ୍ଲୀ: ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ । ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ । ଏହା ସହିତ ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି ।ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି, ତେଲେଙ୍ଗାନାର ଜନତା କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି, ଇତିହାସ ସୃଷ୍ଟି କରିଛନ୍ତି। ଏହା ପ୍ରଜାଲା ତେଲେଙ୍ଗାନାର ବିଜୟ। ଏହା ହେଉଛି ରାଜ୍ୟବାସୀ ଓ କଂଗ୍ରେସ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିଜୟ। ତେଲେଙ୍ଗାନାବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ । ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧି ଓ ପ୍ରଗତି ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା କଂଗ୍ରେସ ଦଳକୁ ବିରୋଧୀ ଦଳ ଦାୟିତ୍ୱ ଦେଇଛନ୍ତି। ଲୋକଙ୍କ ରାୟ ଶିରୋଧାର୍ଯ୍ୟ। ଜୟ ହିନ୍ଦ!”

Leave a Reply

Your email address will not be published. Required fields are marked *