ମୁଖ୍ୟ ଖବର

ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବହୁମତରେ ବିଜୟ ଆଡକୁ ବଢୁଛି । ତାଜା ତଥ୍ୟ ଅନୁସାରେ ମ୍ୟାଜିକ୍ ନମ୍ବର ୪୬ ହୋଇଥିବା ବେଳେ  ବିଜେପି ୩୦ଟି ଜିତି ସାରିଥିବା ବେଳେ ୨୪ଟିରେ ଆଗୁଆ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଆଗୁୁଆ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଦଳ ପଛରେ ପଡିଯାଇ ମ‌ାତ୍ର ୩୫ଟି ଆସନ ପାଇବାକୁ ଯାଉଛି । ତେବେ କଥା ହେଉଛି ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମଣ ସିଂ ନା ଆଉ କିଏ ମୁଖ୍ୟମନ୍ତ୍ରୀ ହେବେ?  କାରଣ ଏହି ଦୌଡ଼ରେ ଏବେ ୬ଟି ପ୍ରମୁଖ ଚେହେରାଙ୍କୁ ନେଇ ଚର୍ଚ୍ଚା ହେଉଛି।ଛତିଶଗଡରେ ୨୦୦୩ରୁ ୨୦୧୮ ଯାଏଁ ୧୫ ବର୍ଷ ବିଜେପି ସରକାରଙ୍କ ନେତୃତ୍ୱ ନେଇଥିବା ରମଣ ସିଂ ନା ଆଉ କାହାକୁ ଛତିଶଗଡର ମୁଖ୍ୟମନ୍ତ୍ରୀ କରାଯିବ? ଏଥର ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ବଦଳରେ ସାମୂହିକ ନେତୃତ୍ୱ ସହ ନିର୍ବାଚନ ଲଢିଥିଲା । ସାମୁହିକ ନେତୃତ୍ୱର ଫର୍ମୁଲା ବିଜେପି ପାଇଁ ସଫଳ ପ୍ରମାଣିତ ହୋଇଛି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରଥମ ନାମ ଆସୁଛି ବିଷ୍ଣ ଦେଓ ସାଏଙ୍କର। ରାଜ୍ୟର ଟାଣୁଆ ଜନଜାତି ନେତା ସାଏ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ସହ ପ୍ରଦେଶ ବିଜେପିର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ଯଦି ଏଥର ଛତିଶଗଡ଼ ଲାଗି ଜଣେ ଆଦିବାସୀ ନେତାଙ୍କୁ ମନ୍ତ୍ରୀପଦ ଦିଆଯାଏ ତେବେ ବିଷ୍ଣ ଦେଓ ସାଏଙ୍କ ନାମ ଆଗରେ ରହିବ। ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରମଣ ସିଂଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ରାମଜୀବନ୍ ନେତମ୍‌ଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି।

ସେହିପରି ଏହି ପଦ ପାଇଁ ଛତିଶଗଡ ବିଜେପିର ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ଦୌଡ଼ରେ ରହିବେ । ଏହାସହ ସେ ଚଳିତ ନିର୍ବାଚନ ଅଭିଯାନର ଦାୟିତ୍ୱ ନେଇଥିଲେ । ତୃତୀୟରେ ଅଛନ୍ତି ବିଜୟ ବାଘେଲ୍ , ଯିଏ ଦୁର୍ଗ ଲୋକସଭା ଆସନରୁ ସାଂସଦ ଥିବାବେଳେ ତାଙ୍କୁ ପାଟନ୍ ଆସନରୁ ସିଏମ୍ ଭୂପେଶ ବାଘେଲଙ୍କ ବିପକ୍ଷରେ ନିର୍ବାଚନ ମୈଦାନକୁ ଅଣାଯାଇଥିଲା ।  ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସରୋଜ ପାଣ୍ଡେୟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସରୋଜଙ୍କୁ ଛତିଶଗଡରେ ବିଜେପିର ବଡ ଚେହେରା ଭାବେ ଗଣତି କରାଯାଏ । ସେ ଦୁଇ ଥର ମେୟର ଓ ବିଧାୟକ ରହିଛନ୍ତି । ତାଙ୍କ ପରେ ଅଛନ୍ତି ବୃଜମୋହନ ଅଗ୍ରୱାଲ, ଯିଏ ରାୟପୁର ଦକ୍ଷିଣ ବିଧାନସଭା ଆସନରୁ ୭ଥର ବିଧାୟକ ଅଛନ୍ତି।

ଏହାବ୍ୟତୀତ ଅଛନ୍ତି ମହିଳା ନେତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି  କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ । ଛତିଶଗଡ ଆଦିବାସୀ ବହୁଳ ରାଜ୍ୟରେ ଡାକ୍ତର ରେଣୁକା ସିଂଙ୍କ ଦବଦବା ରହିଛି । କାରଣ ସେ ଏହି ସମ୍ପ୍ରଦାୟରୁ ଆସିଛନ୍ତି । ୨୦୦୩ରେ ରେଣୁକା ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ଏଥର ତାଙ୍କୁ ଭରତପୁର ସୋନହତ ଆସନରୁ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଛନ୍ତି । ଦଳୀୟ ସଙ୍ଗଠନ ପାଇଁ କାମ କରିବାରେ ତାଙ୍କର ଦୀର୍ଘ ଅନୁଭବ ରହିଛି।

Leave a Reply

Your email address will not be published. Required fields are marked *