ରାଜନୀତି

ଦୂରବୀକ୍ଷଣରୁ ବି ଦେଖାଯିବନି କଂଗ୍ରେସ : ଶାହା

ବାଙ୍ଗାଲୋର : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କର୍ନାଟକର ବିଦରଠାରେ ଏକ ସାଧାରଣ ସଭା କରିବା ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ହାରିବା ପରେ କଂଗ୍ରେସ ଆଉ କେଉଁଠାରେ ଦେଖାଯିବ ନାହିଁ।
ସେମାନେ ଏତେ ମାତ୍ରାରେ ହାରିଛନ୍ତି ଯେ, ଦୂରବୀକ୍ଷଣରେ ମଧ୍ୟ ସେମାନେ ଦେଖାଯିବେ ନାହିଁ। କଂଗ୍ରେସ ନାଗାଲାଣ୍ଡରେ ଖାତା ଖୋଲିବାରେ ଅସମର୍ଥ ହୋଇଥିବା ବେଳେ ମେଘାଳୟରେ ୩ ଟି ଏବଂ ତ୍ରିପୁରାରେ ମାତ୍ର ୪ ଟି ସିଟ୍‌ ପାଇଛି। ରାଜ୍ୟରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜୟ ପାଇଁ କଂଗ୍ରେସ ପାଖରେ କୌଣସି ସୂତ୍ର ବାକି ନାହିଁ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦିନକୁ ଦିନ କଂଗ୍ରେସର ସ୍ତର ହ୍ରାସ ପାଉଛି।

Leave a Reply

Your email address will not be published. Required fields are marked *