ସାହିତ୍ୟ

🙏🏻 ମାମୁଁ ଘରୁ ଆସେଅଷ୍ଟମୀ ଭାର🙏🏻

💐ରୀତା ଅପରlଜିତା ମହାନ୍ତି

କାର୍ତ୍ତିକ ଚାଲିଗଲା ହସି ହସି.
ଡାକିଦେଇଗଲା ମଗୁଶୀରକୁ ।
ମଗୁଶୀର ମାସ ମାସରେ
ବିଶିଷ୍ଟ ଏ ମାସରେ
ପଡେ ମାଣବସା ଗୁରୁବାର।
ଘରେ ଘରେ ଝୋଟିଚିତା
ମା ଲକ୍ଷ୍ମୀଙ୍କ ପୂଜନ।
ପୁଣି ମାର୍ଗଶୀର ମାସ
ଅଷ୍ଟମୀ ତିଥୀ କୁ
ପ୍ରଥମା ଅଷ୍ଟମୀ କୁହାଯାଏ
ପ୍ରଥମ ଶବ୍ଦ କିଏ ପୋଡୁଆଁ
କୁହଁନ୍ତି ତେଣୁ ପୋଡ଼ୁଆଁ ଅଷ୍ଟମୀ
କିଏକିଏ କୁହଁନ୍ତି ……….।
ମାମୁଁ ଘରୁ ଆସେ ପ୍ରଥମା ଅଷ୍ଟମୀ ଭାର
ଭଣଜାଭାଣିଜୀ ପାଇଁ ……।
ଆମ ଓଡ଼ିଶା ର ପରମ୍ପରା ବଡ଼
ନିଆରା
ନିଜେ ମା ଲକ୍ଷ୍ମୀ ବଡ଼ ଓ ବଳଭଦ୍ର
ବଡ଼ ବୋଲି ଶ୍ରୀମନ୍ଦିରରେ
ପ୍ରଥମା ଅଷ୍ଟମୀ ବଡ଼
ଧୂମଧlମରେ ପାଳନ କରlଯାଏ।
ଜଗନ୍ନାଥ ଙ୍କୁ ତିନି ଥର ନବ ବସନ
ପିନ୍ଦlଯାଏ ।
ଏଣ୍ଡୁରି ପିଠାରେ ପୁରି ଉଠେ ଘର
ମାମୁଁ ଘରରୁ ଆସେ ଅଷ୍ଟମୀ ଭାର।
ଘର ଘର ମହକେ ମାମୁଁଘର
ଏଣ୍ଡୁରି ପିଠାର ଭାରରେ
ହଲଦୀପତ୍ର ର ମହକ
ଚାରିଦିଗ ମହକାଇ ଦିଏ।
ମୋ ଟିକେ ମନ ଦୁଃଖ
ମୁଁ ନୁହେଁ ବଡ଼।
ହଁ ମ ବଡ଼ ନ ହେଲେ କିଛି କଥା
ନାହିଁ ମୁଁ ଭାରି ଭଲପାଏ
ଏ ପର୍ଵ ହଲଦୀପତ୍ର ମହକ।
ପ୍ରତମ ସନ୍ତାନ ମନ ଖୁସି ର
ଅଧୀର ତାକୁ ଅରୁଆ ଚାଉଳ
ଦୁବ ବରକୋଳି ପତ୍ର ଵଂଦେଇ
ନବ ବସନ ପିନ୍ଧି ଖାଏ ସେ
ହଳଦୀ ପତ୍ର ଏଣ୍ଡୁରି ପିଠା।
ଶୀତ ଆସିଛି ସାଙ୍ଗେ ଧରି
ନାନା ପର୍ବର ଭାର।
ହେ ମହାପ୍ରଭୁ ତୁମ କରୁଣା
ରହୁ ସଭିଙ୍କ ପାଖରେ
ଜଗତ ଜନ ତୁମେ ଉଦ୍ଧାର।
💐💐💐💐💐💐💐💐💐
ଭୁବନେଶ୍ୱର -୨୧

Leave a Reply

Your email address will not be published. Required fields are marked *