ମୁଖ୍ୟ ଖବର

ସରକାରୀ ଅର୍ଥ ହଡ଼ପକାରି ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ ବହିଷ୍କାର କେବେ?

ଯାଜପୁର : ପୂର୍ତ୍ତ ବିଭାଗର କଳଙ୍କ ପାଲଟିଥିବା ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଦଳେଇ ସରକାରୀ ଅର୍ଥ ହଡପ କରିବାରେ ରାଜ୍ୟରେ ଏକ ନମ୍ବର ବୋଲି ଯାଜପୁର ଅଂଚଳରେ ଚର୍ଚ୍ଚା ହେଉଛି l ବିଭାଗର ସଚିବ ଭିଭି ଯାଦବ ଓ ମନ୍ତ୍ରୀଙ୍କୁ ଲକ୍ଷଧିକ ଟଙ୍କା ହାତ ଗୁଂଜା ଦେଇ ପାଣିକୋଇଲି ଡିଭିଜନ କୁ ଆସିବାରେ ସଫଳ ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ବୋଲି ଯନ୍ତ୍ରୀ ମହଲରେ ଚର୍ଚ୍ଚା ହେଊଛି l ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଯାଜପୁର ଜିଲ୍ଲାର ବିକାଶକୁ ପଛକୁ ଟାଣୁ ଥିବା ଯନ୍ତ୍ରୀ ପୂର୍ଣ୍ଣ ଦଳେଇକୁ କିଏ ଓ କାହିଁକି ସୁରକ୍ଷା ଦେଇ ଦୁର୍ନୀତି କରିବାକୁ ଉତ୍ସାହିତ କରୁଛନ୍ତି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି l ଆଗାମୀ ନିର୍ବାଚନରେ ବିଜେଡି ଦଳକୁ ପାଣ୍ଠି ଯୋଗାଇବା ପାଇଁ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ପାଣିକୋଇଲି ଡିଭିଜନ ରେ ନିଯୁକ୍ତି ହୋଇଛନ୍ତି ବୋଲି ଖୋଦ ଯନ୍ତ୍ରୀ ଦଳେଇ ଖୋଲାଖୋଲି କହିବୁଲୁଛନ୍ତି l ସ୍ଥାନୀୟ ବିଧାୟକ ବବିବାବୁ, ପ୍ରୀତି ବାବୁଓ ପ୍ରଣବ ବାବୁଙ୍କ ଲୋକଙ୍କୁ କାମଦେଇ ସେମାନଙ୍କ ମୁହଁ କୁ ବନ୍ଦ କରି ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ ଯନ୍ତ୍ରୀ ଦଳେଇକରୁଛନ୍ତି ଓ ଠିକାଦାର ମାନଙ୍କୁ ଭୁବନେଶ୍ୱର ଡକାଇ ପଟିଆ ରେ ରେ ପିସି ନେଉଥିବାର ଚର୍ଚ୍ଚା ହେଊଛି l ବରୀ, ବିଂଝାରପୁର, ଧର୍ମଶାଳା, କୋରେଇ, ସୁକିନ୍ଦା, ଯାଜପୁର ଟାଉନ ରେ ରାସ୍ତା ନିର୍ମାଣ ନାମରେ ମିଥ୍ୟା ବିଲ ହେଉଥିବାର ଅଭିଯୋଗ କରିଛନ୍ତି ଠିକାଦାର ସାର୍ଥକ ନାୟକ l ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଭୁବନେଶ୍ୱରରେ ଏସଡିଓ ଥିବା ସମୟରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ଦୁର୍ନୀତି ଉପାୟରେ ରୋଜଗାର କରିଥିଲେ ବୋଲି ବାଲିଗୁଡା ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର କହୁକହୁ ଅମର ମହିଳା ପ୍ରତିନିଧିଙ୍କୁ କହିଦେଇଥିଲେ l ଅନେକ ଦୁର୍ନୀତି କରି ଭୁବନେଶ୍ୱର ଡିଭିଜନ ୫ ରେ ବହୁତ ଘୋଟଲା କରି ଭୁବନେଶ୍ୱର,ଜଟଣୀ ଓ ଚୌଦ୍ୱାରରେ ସମ୍ପର୍କୀୟଙ୍କ ନାମରେ ପ୍ଲଟ କିଣିଥିବାର ଚର୍ଚ୍ଚା ହେଉଛି l ମୋଟୁ ଯନ୍ତ୍ରୀ ଦଳେଇ ବାବୁ ଭିଜିଲାନ୍ସ କବଳରୁ ବର୍ତ୍ତିବା ପାଇଁ ଭିଜିଲାନ୍ସ ବିଭାଗର ଏକ କିରାଣୀଙ୍କୁ ହାତରେ ରଖିଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କୁ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି ପରି ଅଂଚଳକୁ ସରକାର ପଠାଇବା ଉଚିତ ବୋଲି ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି l ପୂର୍ତ୍ତ ବିଭାଗକୁ ବଦନାମ କରୁଥିବା ବିବାଦୀୟ ଯନ୍ତ୍ରୀ ପୂର୍ଣ୍ଣ ଦଳେଇଙ୍କୁ ସଚିବ ତୁରନ୍ତ ବହିଷ୍କାର କରିବା ଦରକାର ବୋଲି ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମା ବଲ୍ଲଭ ସ୍ୱାଇଁ ମତ ପ୍ରକାଶ କରିଛନ୍ତି l ଅନ୍ୟତମ ମୁଖ୍ୟ ଯନ୍ତ୍ରୀ ଓମ ପଟେଲ ପ୍ରତିକ୍ରିୟାରେ କହିଛନ୍ତି ଯେ ପୂର୍ଣ୍ଣ ଏସଡିଓ ଥିବା ସମୟରେ ଆଖିବୁଝା ପିସି ନେଇ ମିଥ୍ୟା ବିଲ କରୁଥିବାର ଅନେକ ଅଭିଯୋଗ ସେତେବେଳେ ମୋ ପାଖରେ ହୋଇଥିଲା ଏବଂ ମୁଁ ତାଙ୍କୁ ଡାକି ଗାଳି ଦେବା ସଙ୍ଗେ ସଙ୍ଗେ ତାଗିଦ କରିଥିଲି l ପିମ୍ପୁଡି ରୂଖା ଉପରେ ଚଢ଼ିଗଲା ପରି ଦଳେଇ ନିର୍ବାହୀ ଯନ୍ତ୍ରୀ ହେଲା ପରେ ସରକାରୀ ଅର୍ଥ ଏମିତି ହଡପ କରିବ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟେଲ ମତ ବ୍ୟକ୍ତ କରିଛନ୍ତି l ଆତ୍ମଗର୍ବୀ, ଅହଙ୍କାରୀ, ରାଜକୋଷ ଲୁଟେରା ଯନ୍ତ୍ରୀ ଦଳେଇଙ୍କୁ ତୁରନ୍ତ ପାଣିକୋଇଲି ରୁ ହଟାଇବା ପାଇଁ 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ନିକଟରେ ଦୁର୍ନୀତି ନିବାରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି l ସ୍ୱଚ୍ଛ, ନିର୍ମଳ ନବୀନ ସରକାରରେ କଳଙ୍କ ବୋଳୁଥିବା ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଉପରେ ବିଭାଗ କଠୋର କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବିହେଉଛି l କ୍ରମଶଃ,,,,,,

Leave a Reply

Your email address will not be published. Required fields are marked *