ଦେଶ- ବିଦେଶ

ବୋରଓ୍ବେଲରେ ଖସିପଡ଼ିଲା ଶିଶୁକନ୍ୟା

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଜଣେ ୫ ବର୍ଷର ଶିଶୁକନ୍ୟା ବୋରୱେଲକୁ ଖସି ପଡ଼ିଛି।  ଘଟଣାଟି ଘଟିଛି ବୋଡା ଥାନା ଅନ୍ତର୍ଗତ ପିପିଲିଆ ରସୋଡା ଗାଁର। ଶିଶୁକୁ ଉଦ୍ଧାର ପାଇଁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ନଳକୂପ ଭିତରକୁ ନାବାଳିକା ପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜଗଡ଼ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛି।

ଏହା ପୂର୍ବରୁ ଅନେକ ଥର ରାଜ୍ୟରେ ଶିଶୁମାନେ ନଳକୂପ ଭିତରକୁ ଖସିପଡ଼ିବା ଘଟଣା ସାମ୍ନାକୁ ଆସିଛି। ଏହା ସତ୍ତ୍ବେ ସାଧାରଣ ଲୋକ କିମ୍ବା ସରକାରଙ୍କ ଜ୍ଞାନୋଦୟ ହେଉନାହିଁ ।

ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟପ୍ରଦେଶର ବିଦିଶାଠାରେ ଅଢ଼େଇ ବର୍ଷର ଅସ୍ମିତା ଅହିରୱାର ଏକ ନଳକୂପ ଭିତରକୁ ଖସି ପଡ଼ିଥିଲେ। ତାଙ୍କୁ ବୋରୱେଲରୁ ବାହାର କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଜୁନ୍ ମାସରେ ସିହୋରର ମୁଙ୍ଗାଓଲି ଗାଁର ଅଢେଇ ବର୍ଷର ନାବାଳିକା ସୃଷ୍ଟି ଏକ ଜମିରେ ଥିବା ଏକ ନଳକୂପ ଭିତରକୁ ଖସି ପଡ଼ିଥିଲା। ତାଙ୍କୁ ବୋରୱେଲରୁ ବାହାର କରି ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିନଥିଲା। ଏଭଳି ଏକ ଘଟଣା ଚଳିତ ବର୍ଷ ମାର୍ଚ୍ଚ ମାସରେ ଘଟିଥିଲା। ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ୭ ବର୍ଷର ଲୋକେଶ ଏକ ବୋରୱେଲକୁ ଖସି ପଡ଼ିଥିଲେ। ୨୪ ଘଣ୍ଟା ପରେ ତାଙ୍କୁ ବାହାର କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *