Uncategorized

ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧୦ ବର୍ଷ ଜେଲ

ମସ୍କୋ,: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍‌ ବିଆଲିଆତ୍‌ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି। ୬୦ ବର୍ଷୀୟ ଆଲେସ୍‌ ହେଉଛନ୍ତି ମାନବ ଅଧିକାର ଗୋଷ୍ଠୀ ‘ଭିଆସ୍‌ନା’ର ସହପ୍ରତିଷ୍ଠାତା। ମାନବାଧିକାର ଓ ଗଣତନ୍ତ୍ର ପ୍ରତି ଆଲେସ୍‌ଙ୍କ ଅବଦାନକୁ ନେଇ ଗତବର୍ଷ ଅକ୍ଟୋବରରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

ନିର୍ବାସିତ ବେଲାରୁଷୀୟ ବିରୋଧୀ ନେତା ସିଆଟଲାନା ତିଖାନୋଉସକାୟା ଟୁଇଟକରି କହିଛନ୍ତି, ଆଲେସ୍‌ ଏବଂ ଅନ୍ୟ ଆକ୍ଟିଭିଷ୍ଟମାନଙ୍କୁ ଉପଯୁକ୍ତ ଶୁଣାଣି ନ କରି ଦଣ୍ଡିତ କରାଯାଇଛି। ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ। ଅନ୍ୟାୟ ବିରୋଧରେ ଲଢ଼େଇ କରାଯିବ ବୋଲି ସେ କହିଛନ୍ତି।

One thought on “ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧୦ ବର୍ଷ ଜେଲ

  • Everything is vrry open with a precise expolanation of thhe challenges.

    It was realply informative. Your websie is extremely helpful.
    Many thankss ffor sharing!

    Reply

Leave a Reply

Your email address will not be published. Required fields are marked *