ମୁଖ୍ୟ ଖବର

ଗ୍ରାମ୍ୟ ଉନୟନ ବିଭାଗ ର ଅନୁଗୁଳ ଡିଭିଜନରେ ବ୍ୟାପକ ଦୁର୍ନୀତି

ତାଳଚେର : ରାଜ୍ୟରେ ନବୀନ ସରକାର ଦୁର୍ନୀତି, ଭ୍ରଷ୍ଟାଚାରକୁ ବିଲୋପ କରିବା ପାଇଁ ସର୍ବଦା ପ୍ରୟାସ କରିଆସୁଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟରେ ପ୍ରଗତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି l ସବୁ ବିଭାଗରୁ ଲାଞ୍ଚୁଆ ବାବୁ ମାନଙ୍କୁ ଧରିବା କୁ ଭିଜିଲାନ୍ସକୁ ସ୍ୱାଧୀନତା ଦିଆଯିବା ଦ୍ୱାରା ଦୁର୍ନୀତିଗ୍ରସ୍ତ ଅଫିସର ମାନେ ବନ୍ଧା ହେବା ସହିତ ସେମାନଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଜବତ ହେଊଛି l ସ୍ୱଚ୍ଛ ଶାସନ ଦେଇ ରାଜ୍ୟର ସୁନାମ ବଢ଼ାଇ ଥିବା ନବୀନ ସରକାର କିଛି ଦୁର୍ନୀତି ଖୋର ଅଫିସର ମାନଙ୍କ ପାଇଁ ବଦନାମ ହେଉଛି l ସେହିପରି ଗ୍ରାମ୍ୟ ଉନୟନ ବିଭାଗ ର ଅନୁଗୁଳ ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କ ପିସି କାରବାର ଯୋଗୁ ସରକାରକୁ ବିରୋଧୀମାନେ ଟାର୍ଗେଟ କରିବାରେ ଲାଗିଲେଣି l ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର ଠିକାଦାର ମାନଙ୍କ ଠାରୁ ୧o ପରସେଣ୍ଟ ପିସି ନେଉଥିବାରୁ ନିର୍ମଣ କାର୍ଯ୍ୟ ନିମ୍ନମାନର ହେଉଥିବାର ଅଭିଯୋଗ ହେଊଛି l ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର କହୁଛନ୍ତି ଯେ ରାସ୍ତା ଘାଟ କାମ ଖରାପ କଲେ କିଛି ଅସୁବିଧା ନାହିଁ କାରଣ ଖରାପ ହେଲେ ରିପ୍ୟାରିଙ୍ଗ ହେବ, ତେଣୁ ମୋର ପିସି ଦରକାର ନଚେତ ଟେଣ୍ଡର ମିଳିବା ସହଜ ହେବନି l ସରକାରୀ ଅର୍ଥକୁ କିପରି ଲୁଟ କରାଯାଇପାରିବ ସେଥିପାଇଁ ସବୁ ଏସଡିଓ, ଜେଇ ମାନଙ୍କୁ ଏକ ନିର୍ଜନ ସ୍ଥାନକୁ ଡାକି ପିସି କୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି l ଶିଳ୍ପର ନଗରୀ ଅନୁଗୁଳ ରେ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର ରାସ୍ତା ମରାମତି ରେ ଲକ୍ଷ ଲକ୍ଷ ଟଙ୍କା ପିସି ନେଉଥିବାର ଅଭିଯୋଗ ହେଊଛି l ପିସି ଖିଆ ଯନ୍ତ୍ରୀ କଂଜୁସ ଅଶୋକ ମିଶ୍ର ବହୁତ କଳା ଟଙ୍କା ରୋଜଗାର କରି ନିଜ ସମ୍ପର୍କୀୟ ମାନଙ୍କ ନାମରେ ରଖିଥିବାର ଅଭିଯୋଗ କରିଛନ୍ତି ସମାଜସେବୀ ପ୍ରମୋଦ ପଣ୍ଡା l ବୁଡ଼ାମୁହାଁ ଯନ୍ତ୍ରୀ ଅଶୋକ ମିଶ୍ର ଭୁବନେଶ୍ୱର ରେ ବହୁକୋଟି ମୂଲ୍ୟର ଏକ ଅଟାଳିକା ନିର୍ମାଣ କରିଛନ୍ତି ଓ ଯାଜପୁର, ତାଳଚେର, ପାତ୍ରପଡା ରେ ୬ ଟି ପ୍ଲଟ କିଣି ରଖିଥିବା ସାଧାରଣରେ ଚର୍ଚ୍ଚା ହେଊଛି l ଅତିଚତୁର ଯନ୍ତ୍ରୀ ଅଶୋକ ମିଶ୍ର ଭିଜିଲାନ୍ସ କବଳରେ ନ ପଡିବା ପାଇଁ କିଛି ବିଶ୍ଵସ୍ତ ବ୍ୟକ୍ତି ଙ୍କ ନାମରେ ବେନାମୀ ସମ୍ପତ୍ତି ରଖି ଥିବାର ଅଭିଯୋଗ ହେଊଛି l ଅନୁଗୁଳ ଡିଭିଜନ ରେ ବ୍ୟାପକ ଦୁର୍ନୀତି କରି ଆସୁଥିବା ଅଶୋକ ମିଶ୍ରଙ୍କ ୫ ଟି ଅଧ୍ୟକ୍ଷ ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l ଅଶୋକ ମିଶ୍ର କେଉଁ ସବୁ ସ୍ଥାନରେ ଦୁର୍ନୀତି କରିଛନ୍ତି ତାହାର ସମସ୍ତ ତଥ୍ୟ ପରବର୍ତୀ ସଂଖ୍ୟା ରେ ପ୍ରକାଶ ପାଇବ l

Leave a Reply

Your email address will not be published. Required fields are marked *