ରାଜନୀତି

ବିଷ୍ଣୁ ଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର: ବିଷ୍ଣୁ ଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି। ଛତିଶଗଡ଼ରେ ବିଜେପି ବହୁମତ ହାସଲ କରିବା ପରେ ଦଳ କାହା ହାତରେ ରାଜ୍ୟର ଦାୟିତ୍ବ ଦେବ, ସେନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଆଜି ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ବିଷ୍ଣୁ ଦେଓ ସାଏଙ୍କ ହାତରେ ରାଜ୍ୟଭାର ଦେଇଛି ବିଜେପି।

ଆଜି ଛତିଶଗଡର ରାୟପୁରରେ ନବ ନିର୍ବାଚିତ ୫୪ଜଣ ବିଧାୟକଙ୍କୁ ନେଇ ବୈଠକ କରାଯାଇଥିଲା। ଏହି ବୈଠକରେ ବିଷ୍ଣୁ ଦେଓଙ୍କୁ ଦାୟିତ୍ବ ଦେବା ନେଇ ସ୍ଥିର ହୋଇଛି। ବିଷ୍ଣୁ ଦେଓ ସାଏ ରାୟଗଡ ଲୋକସଭା ଆସନରୁ ସାଂସଦ ରହିସାରିଛନ୍ତି। ଏହା ସହ କେନ୍ଦ୍ରୀୟ ରାଜନୀତିରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ଛତିଶଗଡ ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ମଧ୍ୟ ସେ ଗ୍ରହଣ କରିଛନ୍ତି। ରାଜନୀତିରେ ସାଏଙ୍କର ଅଧିକ ଅଭିଜ୍ଞତା ରହିଛି। ଏମିତିି କି ଛତିଶଗଡ ଗଠନ ପୂର୍ବରୁ ସେ ମଧ୍ୟପ୍ରଦେଶ ବିଧାନସଭାରେ ବିଧାୟକ ଥିଲେ ବୋଲି ଜଣାପଡ଼ିଛି।

ତେବେ ଗଣନା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଛତିଶଗଡ଼ ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିଲେ, ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିବାର ଦାୟିତ୍ବ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ କରାଯାଇଥିଲା

Leave a Reply

Your email address will not be published. Required fields are marked *