ମୁଖ୍ୟ ଖବର

ଡିଭିଜନ -୨ ରେ ଏସଡିଓ ରାଜକିଶୋର ମୁଦୁଲିଙ୍କ ଲୁଟେରା ରାଜ

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ,. ଲାଞ୍ଚୁଆ ଏସଡିଓ ରାଜକିଶୋର ମୁଦୁଲି ଭୁବନେଶ୍ୱର ଡିଭିଜନ -୨ ନିଯୁକ୍ତି ହେବା ପରଠାରୁ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ସରକାରୀ ରାଜକୋଷ ଲୁଟୁଥିବାର ଅଭିଯୋଗ ହେଉଛି l ଯନ୍ତ୍ରୀ ଶ୍ରୀ ମୁଦୁଲିଙ୍କ ବୟସ ବଢିବା ସହିତ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାରୁ ଆଖିବୁଝୀ ମିଥ୍ୟା ବିଲ କରିବାରେ ଲାଗିପଡିଛନ୍ତି l ଡିଭିଜନ ୨ ରେ ନୂଆ ନିର୍ବାହୀ ଯନ୍ତ୍ରୀ ଯୋଗ ଦେଇଥିବାରୁ ଏସଡିଓ ମୁଦୁଲି ର ବାହାଘର ଋତୁ ଆରମ୍ଭ ହୋଇଯାଇଛି l ନବୀନ ସରକାର ଦୁର୍ନୀତି କୁ ହଟାଇବାକୁ ସର୍ବଦା କାର୍ଯ୍ୟ କରୁଥିବା ବେଳେ ଏହି ଏସଡିଓ ରାଜକିଶୋର ମୁଦୁଲି ସରକାରୀ କୋଠା ମରାମତି ନାମରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ କରି ନିଜ ପେଟ ଫୁଲାଇ ଚାଲିଛନ୍ତି l ୟୁନିଟ -1 ସରକାରୀ କୋଠା ସମ୍ପ୍ରସାରଣ ଓ ମରାମତି କାମରେ ଠିକାଦାର ମାନଙ୍କ ଠାରୁ ୧o ପ୍ରତିଶତ ପିସି ନେଉଥିବାର ଚର୍ଚ୍ଚା ହେଊଛି l ଅଫିସରେ ଅଧିକାଂଶ ସମୟରେ ନ ରହି ସିଆରପି ଛକରେ ବସି କଲେଜ ପିଲାମାନଙ୍କୁ ଚାହିଁ ସମୟ ଅତିକ୍ରାନ୍ତ କରୁଛନ୍ତି ବୋଲି ଠିକାଦାର ସୁଶାନ୍ତ ପାଣି ଅଭିଯୋଗ କରିଛନ୍ତି l ନିଜକୁ ସତୀ ସାବିତ୍ରୀ କହୁ ଥିବା ଏସଡିଓ ରାଜକିଶୋର ବିରାଟ ବଡ଼ ଲୁଟେରା ବୋଲି ଆଠଗଡ ରେ ଚର୍ଚ୍ଚା ହେଉଛି l ସରକାରୀ କ୍ୱାଟର ରେ ପେଷ୍ଟ କଣ୍ଟ୍ରୋଲ କରିବା ନାମରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟବିଲ କରି କଳାଧନ ନିଜ ବିଶ୍ବସ୍ତ ଳୋକଙ୍କ ନାମରେ ଭୁବନେଶ୍ୱର ଉପକଣ୍ଠ ରେ ପ୍ଲଟ କିଣିଥିବା ଚର୍ଚ୍ଚା ହେଊଛି l ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅତି ପାଖ ଳୋକ କହି ସହକାରୀ ଯନ୍ତ୍ରୀ ମାନଙ୍କୁ ନିମ୍ନମାନର କାମ କରି ପିସି ଦେବାକୁ ଚାପ ସୃଷ୍ଟି କରୁଛନ୍ତି ଯନ୍ତ୍ରୀ ମୁଦୁଲି l ବୁଡା ମୁହାଁ ଏସଡିଓ ମୁଦୁଲି କଟକ ର ନରସିଂହପୁର ରେ ସହାୟକ ଯନ୍ତ୍ରୀ ଥିବା ସମୟରେ କୋଟି କୋଟି ଟଙ୍କାର ମିଥ୍ୟା ବିଲ କରି ଡିଭିଜନ କୁ ତଳିତଳାନ୍ତ କରିଥିଲେ ବୋଲି ପୂର୍ବତନ ନିର୍ବାହୀ ଯନ୍ତ୍ରୀ ତପନ ଗଡ଼ନାୟକ ମତ ପ୍ରକାଶ କରିଛନ୍ତି l ନିମ୍ନମାନର ରାସ୍ତା କାର୍ଯ୍ୟ କରି ଅଧିକ ପିସି ଦେବାକୁ ଠିକାଦାର ମାନଙ୍କ ଉପରେ ନରସିଂହପୁର ରେ ଚାପ ପକାଉଥିଲେ l ଏସଡିଓ ରାଜକିଶୋର ମୁଦୁଲି ଅଭ୍ୟାସଗତ ଲାଞ୍ଚୁଆ ବୋଲି ମତ ଦେଛନ୍ତି ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମା ବଲଭ ସ୍ୱାଇଁ l ଯନ୍ତ୍ରୀ ସ୍ୱାଇଁ କହିବା କଥା ରାଜକିଶୋର ମୁଦୁଲି ଜେଇ ଥିବା ସମୟରେ ନିମ୍ନମାନର ରଡ଼, ବାଲି, ଗୋଡି, ସିମେଣ୍ଟ ବ୍ୟବହାର କରି ନିର୍ମାଣ କାର୍ଯ୍ୟ କରୁଥିବାର ଅନେକ ଅଭିଯୋଗ ମିଳିବାରୁ ସେତେବେଳେ ମୁଁ ତାଙ୍କୁ ପ୍ରମୋସନ କରିନଥିଲି l ଏସଡିଓ ରାଜ କିଶୋର ମୁଦୁଲି ଏବେ କାହା ଛତ୍ରଛାୟା ତଳେ ରହି ଦୁର୍ନୀତି କରୁଛନ୍ତି ତାହା ରାଜଧାନୀରେ ଥିବା ଯନ୍ତ୍ରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଦୁର୍ନୀତିଗ୍ରସ୍ତ ମୁଦୁଲି ସରକାରୀ ରାଜକୋଷ ଲୁଟି କୋଟିକୋଟି ଟଙ୍କାର ମାଲିକ ସାଜିଛନ୍ତି ତାହା ର ତଦନ୍ତ ହେବା ଦରକାର ବୋଲି ସୂଚନା ଅଧିକାର କର୍ମୀ ଲକ୍ଷ୍ମୀ ଧର ମିଶ୍ର ଦାବିକରିଛନ୍ତି l ଏସଡିଓ ଶ୍ରୀ ମୁଦୁଲି ଭିଜିଲାନ୍ସକୁ ମ୍ୟାନେଜ କରି ସରକାରୀ ଟଙ୍କା ଲୁଟିବାର ତରିକା ଜାଣିଛନ୍ତି ବୋଲି ପୂର୍ବତନ ଏସଡିଓ ଜେନା ବାବୁ ଅମର ପ୍ରତିନିଧିଙ୍କୁ କହିଛନ୍ତି l ବହୁତ ଟଙ୍କା ଲୁଟକରି ରାଜଧାନୀରେ ଅଟାଳିକା ଓ ମୂଲ୍ୟବାନ ପ୍ଲଟ ଏସଡିଓ ମୁଦୁଲି ବାବୁ କିଣିଛନ୍ତି ବୋଲି ପୂର୍ବତନ କ୍ୟାସୀୟର ପିକେ ଦାସ ମତ ପ୍ରକାଶ କରିଛନ୍ତି l ତେଣୁ ଏହି ଦୁର୍ନୀତିଗ୍ରସ୍ତ ଏସଡିଓକୁ କୋରାପୁଟ, ରାୟଗଡା, କଳାହାଣ୍ଡି, ଝାରସୁଗୁଡା ପରି ସୀମାନ୍ତ ଜିଲ୍ଲାକୁ ବଦଳି କରିବାକୁ କଳିଙ୍ଗ ଦୁର୍ନୀତିମୁକ୍ତ ମଞ୍ଚ ଦାବି କରିଛି l ଏସଡିଓ ରାଜକିଶୋର ମୁଦୁଲି ର ବହୁତ କଳଙ୍କିତ ତଥ୍ୟ ହସ୍ତଗତ ହେବାରେ ଲାଗିଛି ଯାହାକୁ ପର୍ଯ୍ୟାୟ କ୍ରମେ ପ୍ରକାଶ କରାଯିବ l

Leave a Reply

Your email address will not be published. Required fields are marked *