ମୁଖ୍ୟ ଖବର

ଖୋଲୁଛି ଅନୁଗୁଳ ଗ୍ରାମ୍ୟ ନିର୍ମାଣ ଡିଭିଜନ ଯନ୍ତ୍ରୀ ଅଶୋକ ମିଶ୍ରଙ୍କ ଗୁମର ପେଡି

ଅନୁଗୁଳ : ସାରା ଦେଶରେ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ କରିବାରେ ନବୀନ ସରକାର ଉଦାହରଣ ସାଜିଛି l ଲାଞ୍ଚୁଆ ବାବୁ ମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହିତ ଭିଜିଲାନ୍ସ ଦ୍ୱାରା କଳାଧନକୁ ଜବତ କରି ସ୍ଵଛ ଶାସନ କରିବାରେ ପ୍ରମୁଖ ଭୂମିକା ଗହଣ କରିଛି ନବୀନ ସରକାର l 5T ଅଧକ୍ଷ ଭିକେ ପାଣ୍ଡିଆନ ସବୁ ଜିଲ୍ଲା ଗ୍ରସ୍ତକରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା କୁ କଳଙ୍କିତ କରିବାକୁ ଚେଷ୍ଟା କରିଛନ୍ତି ଅନୁଗୁଳ ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର l ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ସରକାରୀ ଅର୍ଥ ହଡ଼ପ କରି ଗ୍ରାମ୍ୟ ଉନୟନ ବିଭାଗକୁ ବଦନାମ କରୁଛନ୍ତି l ଦୁର୍ନୀତି ଗ୍ରସ୍ତ ନିର୍ବାହୀ ଯନ୍ତ୍ରୀ କେନ୍ଦୁଝର ଜିଲ୍ଲାର ବଡ଼ବିଲ ରେ ଏସଡିଓ ଥିବା ସମୟରେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି କରି କଳା ଟଙ୍କା ରୋଜଗାର କରିଥିବା ଖବର ଭିଜିଲାନ୍ସ ନିକଟରେ ଖବର ପହଂଚି ଥିଲା l ବଡ଼ବିଲି ରେ ଥିବା ସମୟରେ ଭିଜିଲାନ୍ସ ଅଶୋକ ମିଶ୍ରଙ୍କ ଘରେ ରେଡ କରିବା ସମୟରେ ବହୁତ କିଛି ତଥ୍ୟ ପାଇଥିଲା l ସରକାରୀ ଅର୍ଥ ଲୁଟ କରି ସମ୍ପର୍କୀୟ ମାନଙ୍କ ନାମରେ କରିଥିବାରୁ ଭିଜିଲାନ୍ସ ସମ୍ପତ୍ତି ଜବତ କରିପାରିନଥିଲା l ଭିଜିଲାନ୍ସ ରେଡ କରିବାର ସୂଚନା ଆଗୁଆ ଏସଡିଓ ଅଶୋକ ମିଶ୍ର ପାଇଁବା ପରେ ୨ କେଜି ସୁନା ମାଟିତଳେ ପୋତିଦେଇଥିଲେl ଦୁର୍ନୀତିର ମହାନାୟକ ଅଶୋକ ମିଶ୍ର ଅନୁଗୁଳରେ ମିଥ୍ୟା ଟେଣ୍ଡର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି ବୋଲି ଠିକାଦାର ଅନିଲ ମହାନ୍ତି ଅଭିଯୋଗ କରିଛନ୍ତି l ବଡ଼ବିଲିରେ ଏସଡିଓ ଥିବା ସମୟରେ ଭିଜିଲାନ୍ସ କୁ ଚକମା ଦେଇ କଳା ଟଙ୍କା ଲୁଚାଇବାରେ ସଫଳ ହୋଇଥିଲେ ଯନ୍ତ୍ରୀ ଅଶୋକ ମିଶ୍ର l ଭିଜିଲାନ୍ସ କେବଳ ଏକ ଲକ୍ଷ ଟଙ୍କା ଜବତ କରି ଯନ୍ତ୍ରୀ ମିଶ୍ରଙ୍କୁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେବାକୁ ସରକାରଙ୍କୁ ଜଣାଇଥିଲା l ଯନ୍ତ୍ରୀ ଅଶୋକ ମିଶ୍ର ଭିଜିଲାନ୍ସ କବଳରୁ ଖସି ଯାଇଥିବାରୁ ଏବେ ଆଖି ବୁଝା ଦୁର୍ନୀତି କରି ଅନୁଗୁଳର ପ୍ରଗତିରେ ବାଧକ ସାଜିଛନ୍ତି l ପିସି ଖିଆ ଓ ଵ୍ୟଭିଚାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରକୁ ଅନୁଗୁଳ ରୁ ତୁରନ୍ତ ବଦଳି କରି ସୀମାନ୍ତ ଜିଲ୍ଲାକୁ ବଦଳି କରି ଭିଜିଲାନ୍ସ ତଦନ୍ତ କରିବାକୁ ଓଡିଶା ଦୁର୍ନୀତି ନିବାରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି l କୋଟି କୋଟି ସରକାରୀ ଅର୍ଥ ଲୁଟେରା ଅଶୋକ ମିଶ୍ର ସଚିବ ସଞ୍ଜୟ ସିଂଙ୍କୁ ମୋଟା ଅଙ୍କର ପିସି ଦେଇ ନିଜର ପଦବୀକୁ ମଜବୁତ କରି ରଖିଛନ୍ତି ବୋଲି ଅନୁଗୁଳରେ ଚର୍ଚ୍ଚା ହେଉଛି l ମୌନ ମୁହାଁ ଅଶୋକ ମିଶ୍ର ସପ୍ତାହକୁ ଥରେ ଭୁବନେଶ୍ୱର ଆସି ଏକ ତାରକା ହୋଟେଲରେ ବେଲୀ ଡ୍ୟାନ୍ସ କରି ଯୌବନ କୁ ଫେରାଇ ଆଣିବାକୁ ମତୁଆଲା ହୋଇ ଉଠନ୍ତି l ସାଧାରଣ ଜନତା ଟଙ୍କା କୁ ଚଳୁ କରୁଥିବା ଯନ୍ତ୍ରୀ ଅଶୋକ ମିଶ୍ର ବିଜେଡି ସରକାରକୁ ଚାନ୍ଦା ଦିଆଯିବ କହି ଜେଇ ମାନଙ୍କ ଉପରେ ଚାପ ପକାନ୍ତି ପିସି ଆଣିବାକୁ l ଗ୍ରାମ୍ୟ ଉନୟନ ବିଭାଗ ରେ ଏପରି ଯନ୍ତ୍ରୀ ରହିଲେ ସରକାର ବଦନାମ ହେବା ସହ ଅନୁଗୁଳ ବିକାଶ ବାଟବଣା ହେଊଛି l ତେଣୁ ଅଶୋକ ମିଶ୍ର କୁ ବହିଷ୍କାର କରି ଭିଜିଲାନ୍ସ ଦ୍ୱାରା ସ୍ଥାବର ଅସ୍ଥାବର ସମ୍ପତି ସରକାର ଜବତ କରିବାକୁ ସାଧାରଣରେ ଦାବି ହେଉଛି l କ୍ରମଶଃ ”::”

Leave a Reply

Your email address will not be published. Required fields are marked *