ମୁଖ୍ୟ ଖବର

ଅଟୋକୁ ଚାପିଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍‌ଣରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା ଅଟୋକୁ ଏକ ହାଇୱା ଚାପିଦେଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ରବିବାର ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର କିଛି ଲୋକ ଆଜି ପୂର୍ବାହ୍‌ଣରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେ‌ମାନେ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନଭ୍କୁ ଏକ ହାଇୱା ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋ ମଧ୍ୟ ବିଲଭିତରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଟାଉନଥାନା ବଗିଚାପଡ଼ାର ସୂଚନା।ତେବେ ୨ଟି ଗାଡ଼ି ୨୦ ଫୁଟ୍ ତଳକୁ ଖସି ପଡ଼ିଛି। କାଦୁଅରେ ଫସିଥିବା ଗାଡ଼ିକୁ ଜେସିବି ଲଗାଇ ଉଠାଇବାକୁ ଚେଷ୍ଟା କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୨ଟି ମୃତଦେହ ଗାଡି ଭିତରେ ଫସି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *