ରାଜ୍ୟ

ବିଭିନ୍ନ ପ୍ରକଳ୍ପ ଘୋଷଣା କଲେ ୫-ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,: ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ୫-ଟି ତଥା ଆମଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରବିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁରଠାରେ ଥିବା ଶୈବପୀଠ ବାବା ତୁମ୍ବେଶ୍ବରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏହାସହ ଋଷିକୂଲ୍ୟା ନଦୀପଠାରେ ଆୟୋଜିତ ସାଧାରଣ ବୈଠକରେ ଯୋଗଦେଇ ତୁମ୍ବେଶ୍ବର ମନ୍ଦିରର ବିକାଶ ସୌନ୍ଦର୍ଯ୍ୟ ଓ ରୂପାନ୍ତରୀକରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗାଇ ଦେଇଥିବା ୧ କୋଟି ୨୦ ଲକ୍ଷ ଅନୁଦାନରେ କାର୍ଯ୍ୟ ଆରମ୍ଭ କରିବା ସହ ଜଳସେଚନର ସୁବିଧା ଲାଗି ପୋଟ୍ଟଲାମପୁରଠାରେ ଋଷିକୂଲ୍ୟାନଦୀର କଂସାରୀ ଗଣ୍ଡଠାରେ ଏକ ବ୍ୟାରେଜ ନିର୍ମାଣ ଲାଗି ୧୮୦ କୋଟି ଟଙ୍କା ଅନୁଦାନର ଘୋଷଣା କରିଥିଲୋ।

ଏହାସହ ନାରାୟଣୀ ମନ୍ଦିର ଲାଗି ୧ କୋଟି ୯୮ ଲକ୍ଷ , ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କଲେଜ, ସ୍କୁଲ ଆଦି ବିଭିନ୍ନ ପ୍ରକଳ୍ପର ରୂପାନ୍ତରୀକରଣ କାର୍ଯ୍ୟ ଚାଲିଥିବା ଓ ନୂତନ କାର୍ଯ୍ୟ କରିବାର ଘୋଷଣା କରିବା ସହ ଯେଉଁ ଗରିବ ଶ୍ରେଣୀର ବ୍ୟକ୍ତିମାନେ ରାଶନ କାର୍ଡ ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର କାର୍ଡ ଯୋଗାଇ ଦେବାର ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *