ମହାନଗର

ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ: ଧାରଣାରେ ବସିଲେ ବିଧାୟକ ସୁର

ଭୁବନେଶ୍ବର: ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ଉପରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ଶହ ଶହ କର୍ମୀ। ଗଙ୍ଗୁଆ ନାଳରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀଙ୍କ ସାମନ୍ତରାୟ ଛକରେ ରାସ୍ତାରୋକ କରିଥିଲେ।୨୦୧୪ ଜୁନରୁ ଏହି ରାସ୍ତା ପାଇଁ ଶୁଭ ଦିଆସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେପଟେ ରାସ୍ତା ବନ୍ଦ ପ୍ରଭାବରେ ୪ କିମି ଯାଏ ରାସ୍ତା ଜାମ୍ ରହିଛି। ଏହାଫଳରେ ରାସ୍ତାରେ ହଜାର ହଜାର ଗାଡ଼ି ଅଟକିଥିଲା।

Leave a Reply

Your email address will not be published. Required fields are marked *