ରାଜ୍ୟ

ଅନୁଗୋଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ପରଲୋକ

ଅନୁଗୋଳ,: (ମନୋଜ କୁମାର ଦେହୁରୀ) ବିଶିଷ୍ଟ କଂଗ୍ରେସ ନେତା ତଥା ଅନୁଗୋଳର ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ପରଲୋକ ଘଟିଛି l ସେ ଗତ କିଛି ଦିନ ଧରି ଫୁସଫୁସ ଜନିତ ସଂକ୍ରମଣ ହେତୁ ହସପିଟାଲରେ ଭର୍ତି ହୋଇଥିଲେ l ସ୍ଵର୍ଗତ ପ୍ରଧାନଙ୍କ ଏକ ପ୍ରମୂଖ ରାଜନୈତିକ ଉପଲବ୍ଧି ଭାବରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ କୃଷି ନିମନ୍ତେ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ତଥା ରାଜ୍ଯର ଦୁର୍ଗମ ଅଞ୍ଚଳରେ ଗମନାଗମନକୁ ସୁବ୍ୟବସ୍ଥା କରିବା ନିମନ୍ତେ ମୋରମ ରାସ୍ତା ନିର୍ମାଣ ପାଇଁ ଅନୁଗୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ତାଙ୍କୁ ସବୁଦିନ ସ୍ମୃତିରେ ରଖିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l
ସ୍ଵର୍ଗତ ସନ୍ତୋଷ ପ୍ରଧାନଙ୍କ ଦୀର୍ଘ ଦିନର ରାଜନୈତିକ ଜୀବନରେ ସରପଞ୍ଚ ଠାରୁ ଆରମ୍ଭ କରି ଅନୁଗୋଳର ବିଧାୟକ ପଦବୀରେ ଆସୀନ ହୋଇଥିଲେ l ସେ ନିଜର ରାଜନୈତିକ ଜୀବନ ତୁବେ ଗ୍ରାମ ପଂଚାୟତରୁ ଆରମ୍ଭ କରି ୧୯୬୭ ମାସିହାରୁ ୧୯୭୫ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଥିଲେ l ତାର ପରବର୍ତୀ ସମୟରେ ୧୯୭୫ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ l ପରବର୍ତ୍ତୀ ସମୟରେ ୧୯୮୦ ମସିହା ଠାରୁ ୧୯୮୫ ମସିହା ପର୍ଯ୍ୟନ୍ତ ଅଷ୍ଟମ ବିଧାନସଭାର ଅନୁଗୋଳର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭାରେ ସଫଳତାର ସହ ପ୍ରତିନିଧିତ୍ଵ କରିଥିଲେ l ତାପର ସମୟ ୧୯୯୫ ମସିହାରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିବା ସହ କଂଗ୍ରେସ ଦଳର ସକ୍ରିୟ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ସେବା କରିଥିଲେ l
ସେ ନିଜେ ଜଣେ ପ୍ରତିଭାଧାରୀ କ୍ରୀଡାବିତ ଭାବେ ଫୁଟବଲ ଏବଂ ହକି କ୍ରୀଡାରେ ରୁଚି ରଖୁଥିଲେ l ସେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ ଏବଂ ପରିଚାଳନା କ୍ଷେତ୍ରରେ ନିଜେ ସକ୍ରିୟ ଭାବେ ସାମିଲ ଥିଲେ l ତାଙ୍କର ବିୟୋଗ ଖବର ପାଇ ଅନୁଗୋଳର ତଥା ରାଜ୍ଯର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଶୋକ ବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *