ରାଜନୀତି

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସଂକ୍ରାନ୍ତୀୟ ଓଡିଶା ସରକାରଙ୍କ ଘୋଷଣା ବିଭ୍ରାନ୍ତିକର : ଆଇସିପି


ଭୁବନେଶ୍ୱର -ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଫେବୃଆରୀରେ ହେବ ବୋଲି କେତେକ ଗଣ ମାଧ୍ୟମରେ ଖବର ପ୍ରସାରଣକୁ ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ବ୍ରିଭାନ୍ତିକର ବୋଲି କହିଛନ୍ତି।ଆଗରୁ ଦୁଇଥର ବିଶ୍ୱ ଓଡ଼ିଆ ସମ୍ମିଳନୀ ହୋଇଯାଇଥିବା ଶ୍ରୀ ରାଉତ କହିଛନ୍ତି। ତାମିଲ ଗୋତ୍ରଧାରୀ ମାନେ ଓଡ଼ିଆ ଭାଷାକୁ ଆୟୁଧ କରି ଓଡିଶାବାସୀ ଙ୍କୁ ବିଭ୍ରାନ୍ତ କରି ଓଡିଶା ଶାସନ ଦଖଲ କରି ଓଡିଶା ବାସୀଙ୍କୁ ଶାସନ କରିବାକୁ ଏହା ଏକ ଉଦ୍ୟମ ବୋଲି ଆଇ. ସି. ପି ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି।ଓଡିଶା ସରକାରଙ୍କ ଠାରେ ଓଡ଼ିଆ ଭାଷା, ସାହିତ୍ୟ ସଂକ୍ରାନ୍ତୀୟ ତାଜା ଖବର ନରହିବାରେ ଆଶ୍ଚର୍ଯ୍ୟ ହେବାର ନାହିଁ କାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଲେଖିପଢ଼ି ଜାଣନ୍ତି ନାହିଁ କିମ୍ବା ତାମିଲ ଗୋତ୍ରଧାରୀ ମାନେ ଓଡିଆ ଭାଷା ଲେଖିପଢ଼ି ଜାଣି ନାହାନ୍ତି – ସବୁଠୁ ଦୁର୍ଭାଗ୍ୟଜନକ ଘଟଣା ହେଉଛି ରେଭେନସ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସୃତି ବିଭାଗର ସଚିବ ସୁଜାଣ କାର୍ତ୍ତିକେୟନ ପ୍ରାଞ୍ଜଳ ଓଡ଼ିଆ ଭାଷାରେ ମଧ୍ୟ ଭାଷଣଟିଏ ଦେଇ ପାରିଲେ ନାହିଁ। ଇଂରାଜୀ ମିଶା ଭାଷଣ ଓଡିଶା ବାସୀ ଙ୍କୁ ଦୁଃଖିତ କରିଛି ବୋଲି ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *