ରାଜନୀତି

ବ୍ୟବସାୟ ଭିତ୍ତିଭୂମି ଏବଂ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଦାବି



କଟକ : ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ଓ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା ପାଇଁ ଏବଂ ବ୍ୟବସାୟରେ ସ୍ଵତନ୍ତ୍ର ଲାଭ ଗ୍ୟାରେଣ୍ଟି ସ୍କିମ୍ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାକୁ ଏବଂ ପଦଯାତ୍ରା କୁ ସଫଳ କରିବା ପାଇଁ ନିବେଦନ ।
ବିଗତ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ଓଡ଼ିଶା ର ବ୍ୟବସାୟୀ ଭାଇ ଭଉଣୀ ମାନେ ଅବହେଳିତ, ନିଷ୍ପେସିତ ଏବଂ ନିର୍ଯାତିତ ।ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟୀ ମାନଙ୍କ ଉପରେ ସରକାର ଏବଂ ଅସାମାଜିକ ବ୍ୟକ୍ତିମାନେ ଚଢ଼ଉ କରିବା ସହିତ ମରଣାନ୍ତକ ଆକ୍ରମଣ କରି ଚାଲିଛନ୍ତି। ବ୍ୟବସାୟୀ ମାନଙ୍କୁ ଗୁଳି କରିବା ସହିତ ବ୍ୟବସାୟୀ ମାନଙ୍କୁ ମଧ୍ୟ ଅପହରଣ କରିନିଆଯାଉଛି।ଓଡ଼ିଶାରେ ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇପାରିଲା ନାହିଁ। ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଏବଂ ସରକାର ବ୍ୟବସାୟୀ ଭାଇ ଭଉଣୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଶତପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କଲେ ଓଡିଶା ଋଣମୁକ୍ତ ହେବା ସହ ଓଡ଼ିଶା ବାସୀଙ୍କର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ପାରିବ। ତେଣୁ ସାରା ଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି ନିର୍ମାଣ କରିବା, ବ୍ୟବସାୟୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦା ର ଶତପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରିବା ବ୍ୟବସାୟୀ ମାନଙ୍କୁ ଆବଶ୍ୟକୀୟ ବ୍ୟବସାୟ ଗୃହ ଏବଂ ବ୍ୟାଙ୍କ୍ ଋଣ ଯୋଗାଇଦେବା, ବ୍ୟବସାୟୀ ମାନଙ୍କ ପାଇଁ ଲାଭ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରିବା। ବ୍ୟବସାୟୀ ମାନଙ୍କର ପୁଅ ଝିଅ ମାନଙ୍କୁ ସେମାନଙ୍କର ମନୋନୀତ ବିଷୟରେ ପାଠ ପଢିବାର ସୁଯୋଗ ଦେବା ପାଇଁ ଏବଂ ବ୍ୟବସାୟୀ ସେମାନଙ୍କର ପୁଅ ଝିଅ ମାନଙ୍କର ଧନ, ଜୀବନ ଓ ମର୍ଯ୍ୟାଦା ର ଶତପ୍ରତିଶତ ସୁରକ୍ଷା ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ରାଉତ୍ ଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ସାରା ଓଡ଼ିଶାରେ ପଦଯାତ୍ରା ଓ ରାଲି କରିବାର ପ୍ରସ୍ତୁତି କରୁଛନ୍ତି। ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ମାନେ ଏବଂ ସେମାନଙ୍କର ପରିବାରବର୍ଗ ପଦଯାତ୍ରା ଓ ରାଲି ରେ ଯୋଗଦେବା ସହିତ ସାରା ଓଡ଼ିଶା ପଦ ଯାତ୍ରା କୁ ସଫଳ କରିବା ପାଇଁ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *