ରାଜ୍ୟ

କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଭିନ୍ନ ଚିନ୍ତାଧାରା

ଅନୁଗୋଳ : ଅନୁଗୋଳ ଜିଲ୍ଲାର କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶା ସରକା ଙ୍କ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା। ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ମଦ ବିରୋଧୀ ଏବଂ ବାଲ୍ୟ ବିବାହ ବିରୁଦ୍ଧରେ ନାରାବାଜି ଦେଇ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଥିଲେ। ଶୋଭାଯାତ୍ରାଟି କୁମଣ୍ଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଶି ବୈଦ୍ୟନାଥ ଶିବ ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ମଦ ବିରୋଧୀ ଏବଂ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଭାଗିୟ ଅଧ୍ୟାପକ ନରେଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା, ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ଅଧ୍ୟାପିକା ରଶ୍ମୀରେଖା ଲେଙ୍କା, ଅଧ୍ୟାପକ ପ୍ରଦୀପ କୁମାର ନନ୍ଦ, ବିଚିତ୍ରାନନ୍ଦ ସାହୁ, ମନୋଜ କୁମାର ସାହୁ,ପଳଉ ସାହୁ ଏବଂ ଅଭୟ ସ୍ଵାଇଁ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କର ଉକ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *