ରାଜ୍ୟ

ଇଏସଆଇସି ମେଡିକାଲ ସାମ୍ନାରେ ବସକୁ ପିଟିଲା ଟ୍ରକ୍

ଅନୁଗୋଳ : (ମନୋଜ କୁମାର ଦେହୁରୀ)ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସ୍ଥିତ ଇଏସଆଇସି ମେଡିକାଲ ସାମ୍ନାରେ ଏକ ଯାତ୍ରୀ ବାହି ବସ ପଛରେ ପିଟିଲା ଟ୍ରକ । ମିଳିଥିବା ଖବର ଅନୁସାରେ ହାପି ନାମକ ଏକ ଯାତ୍ରୀ ବାହି ବସ୍ ଅନୁଗୋଳରୁ ଯାତ୍ରୀ ନେଇ ତାଳଚେର ଯାଉଥିବା ବେଳେ ବଳରାମ ପ୍ରସାଦ ଗ୍ରାମ ନିକଟରେ ଥିବା ଇଏସଆଇସି ମେଡିକାଲ ସାମ୍ନାରେ ଯାତ୍ରୀ ଓହ୍ଲାଇବା ପାଇଁ ଗାଡ଼ି ଛିଡ଼ା ହୋଇଥିଲା , ସେହି ସମୟରେ ପଛରୁ ଦୃତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ବସ୍ ପଛରେ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇ ସ୍ଥାନୀୟ ଇଏସଆଇସି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣା ସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଗାଡ଼ିକୁ ଜବତ କରିଛି ।

Leave a Reply

Your email address will not be published. Required fields are marked *