ମନୋରଞ୍ଜନ

ମହାକାଳେଶ୍ବର ମନ୍ଦିର ଦର୍ଶନ କରି ଭସ୍ମ ଆରତି କଲେ ଅନୁଷ୍କା ଶର୍ମା

ଉଜ୍ଜ‌ୟିନୀ: ଆଜି ପ୍ରତ୍ୟୁଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟ୍‌ ଖେଳାଳି ବିରାଟ କୋହଲି ମଧ୍ୟ‌ପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ବାବା ମହାକାଳେଶ୍ବର ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସେମାନଙ୍କ ମନ୍ଦିର ଦର୍ଶନର ଫଟୋ ଓ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହୋଇଚାଲିଛି। ଭିଡିଓରେ ଦେଖାଯାଉଛି, ଦୁହେଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ସହିତ କେତେକ ପୂଜାବିଧି ପାଳନ କରୁଛନ୍ତି। ଅନୁଷ୍କା ଖଣ୍ଡେ ଗୋଲାପୀ ରଙ୍ଗର ସାଦା ଶାଢ଼ି ପିନ୍ଧିଥିବା ବ‌େଳେ ବିରାଟ ପାରମ୍ପରିକ ଧୋତି ପିନ୍ଧି ମୁଣ୍ଡରେ ଉତ୍ତରୀୟ ବାନ୍ଧିଛନ୍ତି। ଉଭୟ ଗର୍ଭଗୃହ ଦ୍ବାରରେ ବସି ଜଳାଭିଷେକ କରୁଥିବା ଦେଖାଯାଉଛି।

ଆଉ ଏକ ଭିଡିଓରେ ଦେଖାଯାଉଛି, ଶିବଲିଙ୍ଗ ଚତୁଃପାର୍ଶ୍ବରେ ଅନୁଷ୍କା ଓ ବିରାଟ ପୂଜକମାନଙ୍କ ସହିତ ମିଶି କିଛି ପୂଜାବିଧି ଓ ଆରତି ସମ୍ପନ୍ନ କରୁଛନ୍ତି। କୁହାଯାଉଛି ଆଜି ପାହାନ୍ତା ୪ଟାରୁ ଭୋର୍‌ ୫.୩୦ ମଧ୍ୟରେ ଦୁହେଁ ଭସ୍ମ ଆରତି ସମ୍ପନ୍ନ କରିଛନ୍ତି।

ପୂଜାଚ୍ଚର୍ନା ପରେ ଦୁହେଁ ମନ୍ଦିର ବେଢ଼ାରେ କିଛି ସମୟ ଅତିବାହିତ କରିଥିଲେ

Leave a Reply

Your email address will not be published. Required fields are marked *