ଅପରାଧ

ସ୍କୁଟିକୁ ପିଟିଲା ଟ୍ରକ , ସ୍କୁଟି ଚାଳକ ମୃତ

ଅନୁଗୋଳ (ମନୋଜ କୁମାର ଦେହୁରୀ) ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଇ ଗ୍ରାମ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି । ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନୀ ଅଞ୍ଚଳର ବି ହରିଚନ୍ଦ୍ର ରାଓ ନାଲକୋ ସ୍ମେଲଟର ପ୍ଲାଣ୍ଟରୁ ଡିୟୁଟି ସାରି ନିଜ ଘରକୁ ଫେରୁଥିବା ବେଳେ ତେଣ୍ଟୋଇ ସ୍ଥିତ ଆଦ୍ୟାଶା ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ ବି ହରିଚନ୍ଦ୍ର ରାଓଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପରିବାର ଲୋକେ ପହଞ୍ଚି କାନ୍ଦ ବୋବାଳି କରୁଥିବା ବେଳେ, ଏନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *