ମନୋରଞ୍ଜନ

ଝିଲିକ୍ ମୋସନ ପିକଚର୍ସର ୫ମ ଅବଦାନ ‘ଡ଼ିଅର୍ ପୁରୁଷ’ ସିନେମାର ଅଡିଓ ଲୋକାର୍ପିତ


ଭୁବନେଶ୍ୱର: ଭୁବନେଶ୍ଵରସ୍ଥିତ ନୋ ଲିମିଟ କ୍ଲବରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ସମସ୍ତ କାଷ୍ଟ ଏବଂ କ୍ରୁ ମେମ୍ବର୍ସଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ସିନେମାର ଅଡିଓ ରିଲିଜ୍।

ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ଏଥିରେ ପୁରୁଷ ସାମ୍ନା କରୁଥିବା ଆହ୍ୱାନ ସହ ହାସ୍ୟରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ରେ ୬ ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ। ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟିକା ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଧରଣର ଲୁକ୍‌ରେ ନଜର ଆସିବେ। ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢ଼ୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଏହାଛଡା ଏହି ସିନେମାରେ ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପାନ୍ୱିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥ ସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନୟା ଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ। ଏଥି ସହିତ ଶିଶୁ କଳାକାର ଭାବରେ ତାପସ, ପ୍ରଥମ ପ୍ରତ୍ୟୁଷ ପାତ୍ର ଏବଂ ପରିଚିତ ପ୍ରତୀକ ପାତ୍ରଙ୍କ ସମେତ ସମସ୍ତ କଳାକାରଙ୍କ ଚମତ୍କାର ଅଭିନୟ ସିନେମାକୁ ସମୃଦ୍ଧ କରିଛି।

ହାସ୍ୟରସ, ଦୁଃଖ ଏବଂ ହୃଦୟସ୍ପର୍ଶୀ କାହାଣୀକୁ ନେଇ ଗତିଶୀଳ ହୋଇଥିବା ଏହି ସିନେମାରେ ଜଣେ ପୂର୍ବତନ ସେନା ଅଧିକାରୀ (ଚୌଧୁରୀ ଜୟପ୍ରକାଶ ଦାସ ଏବଂ ମହେଶ୍ୱତା ରାୟ)ଙ୍କ କାହାଣୀ ଠାରୁ ଆରମ୍ଭ କରି ଏକ ଦମ୍ପତି (ବବି ମିଶ୍ର ଏବଂ ବି.ଏମ୍ ବୈଶାଳୀ)ଙ୍କ ବ୍ୟଙ୍ଗାତ୍ମକ ଯାତ୍ରା ପର୍ଯ୍ୟନ୍ତ ସବୁକିଛିକୁ ନିଖୁଣ ଭାବରେ ଚିତ୍ରିତ କରାଯାଇଛି।

ସିନେମାର ଶୀର୍ଷକ ଗୀତ ସମେତ ଅନ୍ୟ ୪ଟି ପୁରୁଷ ଯୋଜନା, ଅଧା କହେ ଅଧା ଶୁଣେ, ଶୂନ୍ୟତା ଏବଂ ବେଦମ୍ ବର୍ଷା ଗୀତକୁ ସୁନ୍ଦର ସ୍ୱରରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ। ସିନେମାର ଅଫିସିଆଲ୍ ଟିଜର୍ ଏବଂ ଟ୍ରେଲର ସିଦ୍ଧାର୍ଥ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଅଛି।
ଏହିସବୁ ଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ “ଡ଼ିଅର୍ ପୁରୁଷ” ଓଡିଆ ଚଳଚ୍ଚିତ୍ର ଦୃଶ୍ୟପଟ୍ଟରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ନେଇ ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି।

ଏହି ଚଳଚ୍ଚିତ୍ରଟି ଏହାର ଅନନ୍ୟ କାହାଣୀ ଏବଂ କଳାକାରଙ୍କ ଚମତ୍କାର ଅଭିନୟ ସହିତ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ମୁକ୍ତିଲାଭ ଅପେକ୍ଷାରେ ଥିବାବେଳେ ରିଲିଜ ପରେ ଦର୍ଶକୀୟ ଆଦୃତି ଲାଭ କରିବା ନେଇ ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *