ମୁଖ୍ୟ ଖବର

ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ ମଧ୍ୟ ଜାନୁଆରିରେ ସେ ଦିଲ୍ଲୀ ଆସି ପାରିବେ ନାହିଁ ବୋଲି ଜଣାଇଥିଲେ।ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ। ତାଙ୍କ ପୂର୍ବରୁ ୧୯୭୬ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଶିରାକ, ୧୯୮୦ରେ ରାଷ୍ଟ୍ରପତି ବୈଲେରୀ ଜିସ୍କାର୍ଡ ଡି’ଏଷ୍ଟେଙ୍ଗ, ୧୯୯୮ରେ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକ, ୨୦୦୮ରେ ରାଷ୍ଟ୍ରପତି ନିକୋଲସ ସର୍କୋଜି, ୨୦୧୬ରେ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ସ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଆସିଥିଲେ।

Leave a Reply

Your email address will not be published. Required fields are marked *