ରାଜ୍ୟ

ପୋଲିସ ପ୍ରଶାସନ ଉପସ୍ଥିତିରେ ଭଙ୍ଗା ଗଲା ମଙ୍ଗଳା ମନ୍ଦିର

ଅନୁଗୋଳ (ମନୋଜ କୁମାର ଦେହୁରୀ)ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ମହୁଲବୁରି ସାହିରେ ଥିବା ମଙ୍ଗଳା ମନ୍ଦି କୁ ଉଛେଦ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ବଅଁରପାଳ ତହସିଲଦାର , ତିନି ପ୍ଲାଟୁନ ପୋଲିସ ଫୋର୍ସ ଓ ପୋଲିସ ଅଫିସରଙ୍କ ସହିତ ମନ୍ଦିର ଉଛେଦ ପାଇଁ ଆସିଥିଲେ କିନ୍ତୁ ମନ୍ଦିର ସେହି ସ୍ଥାନରେ ରହିବା ସପକ୍ଷରେ ଗ୍ରାମବାସୀ ଜିଦକରି ବସିବା ସହ ହରିବୋଲ ଓ ହୁଳହୁଳିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ , ଡ୍ରୋଜର ଚାଳକ ପ୍ରଥମେ ଜିଲ୍ଲା ପ୍ରସାଶନ କଥାରେ ଏକ ମତ ହୋଇ ମନ୍ଦିର ଉଛେଦ କରିବା ପାଇଁ ରାଜି ହୋଇଥିଲେ ମଧ୍ୟ ଗ୍ରାମବାସିଙ୍କ ହରିବୋଲ ଓ ହୁଳ ହୁଳି କୁ ଭୟ କରି ମନ୍ଦିର ଉପରେ ବୁଲଡ୍ରୋଜର ଚଳାଇବା ପାଇଁ ଓ ସେହି ସ୍ଥାନକୁ ଉଛେଦ କରିବା ପାଇଁ ମନା କରିଥିଲେ, ସେହିପରି ଆଜିବୁଲ ଡ୍ରୋଜର ଡ୍ରାଇଭର ଅଚେତ ହୋଇ ଚିକିତ୍ସାଲୟରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି |ସୂଚନା ଥାଉ କି ଗତ ବର୍ଷ ମଧ୍ୟ ଠିକ ସେହି ସ୍ଥାନରେ ଅନୁରୂପ ଭାବରେ ଜିଲ୍ଲା ପ୍ରସାଶନ ଦ୍ଵାରା ମଙ୍ଗଳା ମନ୍ଦିର ଉଛେଦ ପାଇଁ ଯୋଜନା ହୋଇଥିଲେ ମଧ୍ୟ କାଣ୍ଡସର ଗ୍ରାମ ବାସୀଙ୍କ ଚାଣକ୍ୟ ନୀତି ଓ ପରବର୍ତୀ ସମୟରେ ମାମଲା ଉଚ୍ଚ ନ୍ୟାୟାଳୟକୁ ଯିବାରୁ ମନ୍ଦିରଟି ଭଙ୍ଗା ଯାଇ ପାରି ନଥିଲା , ଗ୍ରାମବାସୀଙ୍କ କହିବା କଥା ଏହି ମନ୍ଦିରଟି ଉକ୍ତ ସ୍ଥାନରେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରହିଛି , ମନ୍ଦି କୁ ଲାଗି ରହିଥିବା ପ୍ଲଟ ନମ୍ବର ୬୨୫୩ ନମ୍ବର ଜାଗା କୁ ରାମଚନ୍ଦ୍ର ସାହୁ କ୍ରୟ କରିଥିଲେ , ତାଙ୍କ ଜାଗା ପାଖକୁ ଯିବାକୁ ଜାତୀୟ ରାଜପଥ ପାର୍ଶ୍ୱରୁ ଓ ଗ୍ରାମ ରାସ୍ତା ଉଭୟ ଦିଗରୁ ସୁବିଧା ରହିଛି , କିନ୍ତୁ ରାମ ଚନ୍ଦ୍ର ସାହୁ ସେଠାରେ ମନ୍ଦିର ଓ ଏକ ଅସ୍ଥାୟୀ ଘର ରହିଥିବାରୁ କାରଣରୁ ଆରମ୍ଭ ଦିନରୁ ବିରୋଧ କରି ଆସୁଛନ୍ତି , ଯାହା ଫଳରେ ଗ୍ରାମବାସୀ ଓ ରାମଚନ୍ଦ୍ର ସାହୁ ଉଭୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ଉଚ୍ଚ ନ୍ୟାୟାଳୟ ନିଷ୍ପତି ରାମଚନ୍ଦ୍ର ସାହୁଙ୍କ ସପକ୍ଷରେ ଆସିବାରୁ ମଙ୍ଗଳା ମନ୍ଦିର ଉଛେଦ ପାଇଁ ଜିଲ୍ଲା ପ୍ରସାଶନକୁ ହାଇ କୋର୍ଟ ନିର୍ଦେଶ ଦେଇଥିଲେ , ଯାହା ଫଳରେ ଆଜି ବଅଁରପାଳ ତହସିଲଦାର୍ , ନାଲକୋ ଥାନା ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ସେହି ସ୍ଥାନରେ ପହଞ୍ଚି ପ୍ରଥମେ ଠାକୁରଙ୍କୁ ଅନୁଗୋଳ ମା ବୁଢ଼ୀ ଠାକୁରାଣୀ ମନ୍ଦିରଙ୍କୁ ନେଇଥିଲେ ଓ ପରେ ମନ୍ଦିର ଭଙ୍ଗିବା ପାଇଁଚେଷ୍ଟା କରିଥିଲେ,କିନ୍ତୁ ବୁଲ ଡ୍ରୋଜର ଡ୍ରାଇଭର ଅଚେତ ହେବା ଫଳରେ ୧୦୮ଆମ୍ବୁଲାନ୍ସରେ ନେଇଥିଲେ ଓ ଆଉ ଗୋଟିଏ ବୁଲ ଡ୍ରୋଜର ଆଣି ମନ୍ଦିର ଭାଙ୍ଗିଥିଲେ।

Leave a Reply

Your email address will not be published. Required fields are marked *