ସଂକୀର୍ତନ ମଣ୍ଡଳୀର ଗାୟକଙ୍କ ପରଲୋକ
ନିମାପଡ଼ା : ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଜାହାଙ୍ଗିରପୁର ଗ୍ରାମ ର ମା ଦୁଲ୍ଲାଦେଇ ସଙ୍କୀର୍ତ୍ତନ ମଣ୍ଡଳୀ ର ବରିଷ୍ଠ ଗାୟକ ତଥା ଧର୍ମପରାୟଣ ବ୍ୟକ୍ତି ବାମଦେବ ବାଲ ଙ୍କର ତାଙ୍କ ବାସଭବନରେ ପରଲୋକ ଘଟିଛି। ସ୍ୱର୍ଗତ ବାଲ ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ବେଶ ଲୋକ ପ୍ରିୟ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ବିପିନ କୁମାର ବାଲ, ମାଧବ ବାଲ,ଯାଦବ ବାଲ, ତପନ କୁମାର ବାଲ, ଝିଅ ଝୁନି ବାଲ, ବାସନ୍ତି ବାଲ, ଶାନ୍ତି ବାଲ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମର ଶରୀର କୁ ମା ଦୁଲ୍ଲାଦେଇ ସଙ୍କୀର୍ତ୍ତନ ମଣ୍ଡଳୀ ର ସଭ୍ୟ ସୁବାସ ଚନ୍ଦ୍ର ସାହୁ,ପ୍ରଦୀପ କୁମାର ସାହୁ,ରାଜେଶ କୁମାର ସାହୁ, ବାସୁଦେବ ସାହୁ, ମାଧବ ସାହୁ, ପ୍ରଳୟ କୁମାର ସାହୁ, ପ୍ରଶାନ୍ତ କୁମାର ବାଲ, ତ୍ରିନାଥ ବାରିକ, ସୂର୍ଯ୍ୟକାନ୍ତ ବାଲ, କ୍ରିତିରଞ୍ଜନ ସାହୁ, ଅଲା ସାହୁ ପ୍ରମୁଖ ସଂକୀର୍ତନ କରି ଶୋଭାଯାତ୍ରା ରେ ଜାହାଙ୍ଗିରପୁର ଗ୍ରାମ ପରିକ୍ରମା କରି ଗାଁ ଶ୍ମଶାନ କୁ ନେଇଥିଲେ। ସେଠାରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ବିପିନ କୁମାର ବାଲ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ଜଣା ପଡ଼ିବାପରେ ବିଭିନ୍ନ ଅଞ୍ଚଳ ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସଂକୀର୍ତନ ପ୍ରେମୀ ମାନେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।