ରାଜ୍ୟ

ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ ଆଲୋଚନା ଚକ୍ର


ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆଜି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (ନୂଆ-ଓ)
ର ସାମାଜିକ ଵିଭାବରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏବଂ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ,ମନୋଜ କୁମାର ମହାପାତ୍ର ପ୍ରମୁଖ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାନ୍ୟଗଣ୍ୟ ଅତିଥି ଭାବେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିଶ୍ର,ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟା ଶିଶିର କୁମାର ଦାସ,ଵାନାମ୍ବର ଏକାଡେମୀ, ଭୀମପୁର ର ଶିକ୍ଷକ ଶଙ୍କର ନାୟକ ପ୍ରମୁଖ ଵର୍ଯ୍ୟ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ରୁ ଗ୍ରାମ, ଜିଲ୍ଲା ତଥା ରାଜ୍ୟ କୁ ରକ୍ଷା କରିବା ପାଇଁ ଜନ ସଚେତନତା ପ୍ରାଥମିକ ଆବଶ୍ୟକତା ବୋଲି ବର୍ଣ୍ଣନା କରିଥିଲେ। ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହୃତ ହେବାପରେ ତାହାକୁ ଏଣେତେଣେ ନ ଫିଙ୍ଗି ତା’ର ପୁନଃ ପ୍ରକ୍ରିୟାକରଣ ହେବା, ପ୍ଲାଷ୍ଟିକ ପଲିଥିନ କୁ ଯଥା ସମ୍ଭବ ରୋକିବା ଉପରେ ମଧ୍ୟ ମତାମତ ପ୍ରକାଶ ପାଇଥିଲା। ମାଟି ରେ ବର୍ଜ୍ୟ ପ୍ଲାଷ୍ଟିକ ବର୍ଷ ବର୍ଷା ଧରି ପଡି ରହି ମ୍ରୃତ୍ତିକା ପ୍ରଦୂଷଣ ହେବା ସହ ମାଟିର ଫସଲ ଉତ୍ପାଦିକା ଶକ୍ତି ମଧ୍ୟରେ ହ୍ରାସ କରୁଥିବାରୁ ଜୀବଜନ୍ତୁ ଓ ଉଦ୍ଭିଦଜଗତ ପ୍ରଭାବିତ ହେଉଛି ବୋଲି ବକ୍ତାମାନେ ଉଦ୍ ଵୋଧନ ଛଳରେ ଛାତ୍ର ଛାତ୍ରୀ ମାନଙ୍କୁ ଏ ସମ୍ପର୍କୀୟ ସୂଚନା ସାଧାରଣ ରେ ଦେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଛାତ୍ରୀ ଯସ୍ମିନ୍ ପରିଡା ଓ ସାଥୀ ମାନଙ୍କ ଦ୍ଵାରା ସୋସିଆଲ ମିଡ଼ିଆ ର ଖରାପ ଉପଯୋଗିତା ଉପରେ ଏକ ନାଟକ ପରିବେଷଣ କରି ପୁରସ୍କୃତ ହୋଇଥିଲେ।

Leave a Reply

Your email address will not be published. Required fields are marked *