ମୁଖ୍ୟ ଖବର

ତୈଳ ଡିପୋରେ ଅଗ୍ନିକାଣ୍ଡ, ୧୫ ମୃତ. ୧୬ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି । ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ପର୍ଟାମିନା ଦ୍ୱାରା ପରିଚାଳିତ ପର୍ଟାମିନାର ପ୍ଲମ୍ପାଙ୍ଗ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ତାନାହମେରା ଅଞ୍ଚଳର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ । ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଯେ ୨୬୦ ଅଗ୍ନିଶମ କର୍ମଚାରୀ ଓ ୫୨ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି ଯେ ପ୍ରବଳ ବର୍ଷାରେ ବଜ୍ରପାତ ଯୋଗୁଁ ପାଇପ୍ ଲାଇନ୍ ଭୁଶୁଡ଼ିବା କାରଣରୁ ଅଗ୍ନିକାଣ୍ଡ ଘଟିଛି ବୋଲି ପେର୍ଟାମିନାର ଜାଭା ଅଞ୍ଚଳର ମ୍ୟାନେଜର ଇକୋ କ୍ରିଷ୍ଟିଆନ୍ କହିଛନ୍ତି। ଡିପୋ ନିକଟରେ ରହୁଥିବା ଲୋକମାନେ କହିଛନ୍ତି ଯେ ସେମାନଙ୍କୁ ପେଟ୍ରୋଲର ପ୍ରବଳ ଗନ୍ଧ ଆସୁଥିଲା, ଯାହା ଫଳରେ କିଛି ଲୋକ ବାନ୍ତି ମଧ୍ୟ କରିଥିଲେ ଏବଂ ରାତି ପ୍ରାୟ ୮ଟା ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

Leave a Reply

Your email address will not be published. Required fields are marked *