ରାଜ୍ୟ

ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୋଳ (ମନୋଜ କୁମାର ଦେହୁରୀ) ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ତାର ପ୍ରଥମ ବାର୍ଷିକ ଉତ୍ସବ ଅନୁଗୋଳ ଟାଉନ୍ ହଲ୍ ଠାରେ ପାଳନ କରିଛି। ବହୁତ ବାଧା ବିଘ୍ନ ନିନ୍ଦା ଅପନିନ୍ଦା ସହି ଲୋକ ମାନଙ୍କର ଖରା ବର୍ଷା ସହି ଖବର ସଂଗ୍ରହ କରିବା ପାଇଁ ଆଗେଇ ଆସନ୍ତି। ଏହି ବାଧା ବିଘ୍ନ ଭିତରେ ଏକ ବର୍ଷ ପୁରି ଯାଇଥିବା ବେଳେ ଏହି ଉତ୍ସବ ପାଳନ କରୁଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ମହେଶ ଧଳ, ସମାଜ ସେବୀ ଚିନ୍ମୟୀ ଦାସ, ପର୍ଶୁରାମ ଦାସ, ଓବିସି ସେଲ ସଭପତି ପ୍ରବୋଧ କୁମାର ସ୍ବାଇଁ ଯୋଗ ଦେବା ସହ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଜାତୀୟ ସଙ୍ଗୀତ ଗାନ କରା ଯାଇ ପରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନେ ନୃତ୍ୟ ପ୍ରଦର୍ଶନୀ କରିଥଲେ। ଏହି ଉତ୍ସବରେ ବିଭିନ୍ନ ପ୍ରକାର ଗୁଣର ଗୁଣୀବ୍ୟକ୍ତି ମାନଙ୍କୁ ଉତ୍ତରୀୟ ସହ ଟ୍ରଫି ପ୍ରଦାନ କରା ଯାଇ ସେମାନେ କିପରି ଆଗକୁ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ସହିତ ଅଧିକ ଗୁଣର ଅଧିକାରୀ ହେବେ ସେମାନଙ୍କୁ ଉତ୍ସାହ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *