ଅପରାଧ

କୋବି ପାଇଁ ମା’ଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପୁଅ

ଯୋଡ଼ା : ହଜିଗଲାଣି ମାନବିକତା। ପୁଅ ବାଡ଼ିରୁ କୋବି ଆଣି ଖାଇଦେଲେ ବୋଲି ମା’ଙ୍କୁ ନିର୍ଦ୍ଦୟ ଭାବେ ଖୁଣ୍ଟରେ ବାନ୍ଧି ପିଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ଚମ୍ପୁଆ ଥାନା ସୋରସ୍ପୋଷି ଗ୍ରାମରେ। ଗତ ବୁଧବାର ଘଟଣା ଘଟିଥିବା ବେଳେ ଶନିବାର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପୁଅ ମାଡ଼ରେ ଆହତ ମା’ ସୁଭଦ୍ରା ମହାନ୍ତ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ସୁଭଦ୍ରା ଓ ତାଙ୍କ ସାନ ପୁଅ ଶତ୍ରୁଘ୍ନଙ୍କ ପରିବାର ଅଲଗା ରୁହନ୍ତି। ଶତ୍ରୁଘ୍ନ ତାଙ୍କ ବାଡ଼ିରେ କୋବି ଚାଷ କରିଛନ୍ତି। ଗତ ବୁଧବାର ସୁଭଦ୍ରା ପୁଅ ବାଡ଼ିରୁ କୋବି ଆଣି ଖାଇଦେଇଥିଲେ। କୋବି କାହିଁକି ଆଣିଲୁ କହି ଶତ୍ରୁଘ୍ନ ବିଦ୍ୟୁତ୍‌ ଖୁଣ୍ଟରେ ୭୦ ବର୍ଷୀୟା ମା’ଙ୍କୁ ବାନ୍ଧି ମାଡ଼ ମାରିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ଚମ୍ପୁଆ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଘଟଣାର ପ୍ରାଥମିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ତ୍ରିନାଥ ସେଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *