ଦେଶ- ବିଦେଶ

ତାଇୱାନରେ ଧସେଇ ପଶିଲା ଚାଇନା

ବେଜିଂ,: ପୁଣି ତାଇଓ୍ବାନରେ ଧସେଇ ପଶିଛି ଚାଇନାା। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଦାବି କରିଛି। ଚାଇନା ବିମାନ ସହିତ ଚାଇନାର ବେଲୁନ ମଧ୍ୟ ତାଇୱାନର ଆକାଶରେ ପ୍ରବେଶ କରିଛି। ଦୀର୍ଘ ଦିନ ହେବ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ରହିଆସିଛି। ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ବିବେଚନା କରୁଥିବାବେଳେ ତାଇୱାନ ନିଜକୁ ଚାଇନା ଏକ ଅଂଶ ଭାବରେ ବିବେଚନା କରେ ନାହିଁ ଏବଂ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବରେ ବିବେଚନା କରେ। ତାଇୱାନକୁ ଆମେରିକାର ସମର୍ଥନ ରହିଛି।
ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି, ଚାଇନାର ଏକ ବେଲୁନ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରିଛି। ଶନିବାର ସକାଳେ ବେଲୁନ ତାଇୱାନର ଆକାଶରେ ପ୍ରବେଶ କରି ତାଇୱାନର ଉପକୂଳବର୍ତ୍ତୀ ସହର କେଲୁଙ୍ଗରେ ପହଞ୍ଚିଥିଲା। ଚାଇନାର ଜେ-୧୦, ଜେ-୧୧ ଯୁଦ୍ଧ ବିମାନ ମଧ୍ୟମା ଲାଇନ ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *