ରାଜ୍ୟ

ସରପଞ୍ଚ ଙ୍କ ସ୍ୱାମୀ ଙ୍କ ଅକାଳ ମୃତ୍ୟୁ


ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାହାରଣା ପଞ୍ଚାୟତ ର ସରପଞ୍ଚ ଅମିତା ସ୍ୱାଇଁ ଙ୍କ ସ୍ୱାମୀ ପ୍ରତାପ ସ୍ୱାଇଁ ( ୪୫ ) ଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ହେଲା କିଡିନ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ ତୁଲାଉଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ , ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର, ଶିକ୍ଷକ ନେତା ତ୍ରିଲୋଚନ କର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ବିଜେଡ଼ି କର୍ମୀ ମାନେ ସ୍ୱର୍ଗତ ସ୍ଵାଇଁ ଙ୍କ ମର ଶରୀର କୁ ନିମାପଡା ଠାରୁ ଏକ ବିରାଟ ରାଲିରେ ଆଣି ବାହାରଣା ପଞ୍ଚାୟତ ସାରା ବୁଲାଇ ତାଙ୍କ ନିଜ ଗ୍ରାମକୁ ନେଇଥିଲେ । ସେଠାରେ ପରିବାର ଲୋକ ସହ ବନ୍ଧୁ ବାନ୍ଧବ ଓ ରାଜନୈତିକ ବ୍ୟକ୍ତି ମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଶେଷକୃତ୍ୟ ସମୟରେ ପ୍ରତାପ ଙ୍କ ସାନ ଭାଇ କୃଷ୍ଣଚନ୍ଦ୍ର ସ୍ୱାଇଁ ,ପୁତ୍ର କାହ୍ନା ସ୍ୱାଇଁ ,ଝିଅ ମାମୁନି ସ୍ୱାଇଁ ,ମା ବିନ୍ଦୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବାହାରଣା ପଞ୍ଚାୟତ ସରପଞ୍ଚ ଙ୍କ ସ୍ୱାମୀ ପ୍ରତାପ ସ୍ୱାଇଁ ଙ୍କ ମୃତ୍ୟୁ ଖବର ପାଇ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ,୧୯ ନଂ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ , ପୂର୍ବତନ ଜିଲା ପରିଷଦ ସଭ୍ୟ ପୂର୍ଣଚନ୍ଦ୍ର ଓଝା , ସମିତି ସଭ୍ୟ ସନ୍ତୋଷ ମେକାପ,ଅଜୟ ସ୍ୱାଇଁ, ନିମାପଡା ମଣ୍ଡଳ ବିଜେଡି ସଭାପତି ଅଶୋକ ସାହୁ ,ଗଗନ ସାହୁ ,ବ୍ରଜବନ୍ଧୁ ନାୟକ ,ତୁଷାର ରଞ୍ଜନ ରାଉତ ,ଅରବିନ୍ଧ ଗିରି ,ଅବନୀ ଜେନା ,ଜଟାଧାରୀ ଦାଶ ,ଚାରିଛକ ବିଜେପି ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ବାହାରଣା ପଞ୍ଚାୟତ ବିଜେଡି ସଭାପତି ସର୍ବେଶ୍ୱର ରଥ ,ବାହାରଣା ପଞ୍ଚାୟତ ପୂର୍ବତନ ସତପଞ୍ଚ ଜୟନ୍ତୀ ସ୍ୱାଇଁ , ଶିକ୍ଷାବିତ ପ୍ରଭାତ ଦାଶ ,ଅରକ୍ଷିତ ଭୋଇ ,ପ୍ରକାଶ ସାହୁ ,ବାହାରଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ସହିତ ପଞ୍ଚାୟତର ସମସ୍ତ ୱାଡ ସଭ୍ୟ ସଭ୍ୟା ତାଙ୍କ ମର ଶରୀର ଶୋଭା ଯାତ୍ରାରେ ଯୋଗ ଦେବା ସହ ଶେଷ ଦର୍ଶନ କରିଥିଲେ । ତାଙ୍କର ମରଶରୀର କୁ ନିଜ ଗ୍ରାମ ଶ୍ମଶାନ କୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *